ନରେନ୍ଦ୍ରପୁରରେ ଅବ୍ୟବସ୍ଥା ଘେରରେ ବିଜୁଳି ବ୍ୟବସ୍ଥା

ଶେରଗଡ଼, (ଦେବୀ ପ୍ରସାଦ ସାହୁ): ଶେରଗଡ଼ ବ୍ଲକ୍‌ର ନରେନ୍ଦ୍ରପୁରରେ ମାତ୍ର ରୋଡ଼ର ୪ ଫୁଟ ଉଚ୍ଚତା ରେ ବାଉଁଶ ସାହାଯ୍ୟରେ ଝୁଲୁଚି ତାର । ସେହି ରାସ୍ତାଦେଇ ସହ ସହ ଲୋକ, ଗାଈ ଗୋରୁ ଯାତାୟତ କରୁଛନ୍ତି କିନ୍ତୁ ବିଜୁଳି ବିଭାଗ ର ନଜର ପୁଡୁନି । ଗ୍ରାମ ବାସୀ ଅଭିଯୋଗ କରିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଲୁନି । ଗ୍ରାମ ର ସରପଞ୍ଚ ଙ୍କୁ ଗ୍ରାମ ବାସି ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି । ଟ୍ରାନ୍ସଫର୍ମର ପାଖରେ ମଧ୍ୟ ବାଉଣ୍ଡରି ନାଇଁ ।ବିଜୁଳି ବିଭାଗ ର ଏପରି ଖାମ ଖିଆଲି କାର୍ଯ୍ୟ କୁ ଗ୍ରାମ ବାସୀ ନିନ୍ଦା କରୁଛନ୍ତି । ଯଦି ଏଥିରେ କାହାର ବି ପ୍ରାଣ ଯାଏଁ ତେବେ ଦାୟୀ କିଏ ହେବ । ଆମେ ଆପଣ ଙ୍କୁ ମନେ ପକେଇଦେଉଚୁ ଯେ ଆଜିକୁ ପ୍ରାୟ 3 ମାସ ପୂର୍ବେ ଗଞ୍ଜାମ ଜିଲ୍ଲାର (ଡଙ୍କଳ ପଡା ) ଠାରେ ବିଦ୍ୟୁତ ତାର ଲାଗି 15 ରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଥିଲେ ପରିବେଶ ଶୋକ ର ଛାୟା ଖେଳିଯାଇଥିଲା ହେଲେ ମଧ୍ୟ ବିଦ୍ୟୁତ ବିଭାଗ ର ଚେତା ପଶୁନି । ଏଠି ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଏପରି କାର୍ଯ୍ୟ ହେଉଛି ହେଲେ ଏ ସରକାର କାହା ପାଇଁ ଅଫିସର ମାନଙ୍କ ପାଇଁ ନା ସାଧାରଣ ଜନତା ଙ୍କ ପାଇଁ । ସରକାର କଣ ସେମାନଙ୍କୁ ପାରିଶ୍ରମିକ ଦେଉନାହାଁନ୍ତି ନା ବିଭାଗୀୟ ଅଧିକାରୀଙ୍କ ମନମାନି ଏହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ତୁରନ୍ତ ଏହା ଉପରେ ନଜର ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ