ନରେନ୍ଦ୍ରପୁର ଗ୍ରାମରେ ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ବ୍ଲକ ସ୍ତରୀୟ କୃତଜ୍ଞତା ଜ୍ଞାପନ ସଭା ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ୱରେ ମେଗା ଜଳ ପ୍ରକଳ୍ପ ନିମନ୍ତେ ଏକ ବ୍ଲକ ସ୍ତରୀୟ କୃତଜ୍ଞତା ଜ୍ଞାପନ ସଭା ଅନୁଷ୍ଠିତ ହୋଇଯାଇଛି l ନରେନ୍ଦ୍ରପୁର ସରପଞ୍ଚ ବାବୁଲା କୁମାର ବେହେରା ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ବେହେରା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ଦ୍ୱାରା ଛତ୍ରପୁର ବ୍ଲକର 18 ଟି ଗ୍ରାମ ପଞ୍ଚାୟତର 74 ଗୋଟି ଗ୍ରାମର ପ୍ରାୟ 1 ଲକ୍ଷ୍ୟ 35 ହଜାର ସ୍ଥାନୀୟ ବାସିନ୍ଦା ନିଜ ଘର ପାଖରେ ପାଇପ ଯୋଗେ ପାଣି ପାଇ ପାରିବେ ବୋଲି କହିଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ, ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ଛତ୍ରପୁର ବ୍ଲକର ପୂର୍ବତନ ବିଜେଡି ସଭାପତି ପ୍ରବାସୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରକଳ୍ପ ଦ୍ୱାରା ଛତ୍ରପୁର ବ୍ଲକର 1 ଲକ୍ଷ୍ୟ 35 ହଜାର ଲୋକେ ସିଧା ସଳଖ ଲୋକେ ଉପକୃତ ହୋଇପାରିବେ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ନରେନ୍ଦ୍ରପୁର ଗ୍ରାମର ଗ୍ରାମବାସୀଙ୍କ ସମେତ ଛତ୍ରପୁର ବ୍ଲକର ବହୁ ଜନସାଧାରଣ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ