ନାଉଗାଁରେ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଭିତି ପ୍ରସ୍ତର ସ୍ଥାପନ କଲେ ଗଣଶିକ୍ଷା ମନ୍ତ୍ରୀ,ଫଳକରେ ୨ ଉପାଧ୍ୟକ୍ଷଙ୍କୁ ଅଣଦେଖା

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକରେ ଦୀର୍ଘ ଦିନର ପ୍ରତୀକ୍ଷା ପରେ ତିରୁଣା ପଂଚାୟତ ଦହିପାଳ ଗ୍ରାମ ବେଲକନ୍ଦା ଠାରେ ଆଦର୍ଶ ବିଦ୍ୟାଳୟ ପାଇଁ ସୋମବାର ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସଙ୍କ ଦ୍ୱାରା ଭିତି ପ୍ରସ୍ତର ସ୍ଥାପନ କରାଯାଇଛି । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭିତିପ୍ରସ୍ତର ସଭାରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ସମ୍ମାନନୀୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ସମାଜସେବୀ ସୁଜିତ ମଲ୍ଲିକ, ପ୍ରକାଶ ବସ୍ତିଆ, ପ୍ରଦୀପ୍ତ ସ୍ୱାଇଁ, ତିରୁଣା ପଂଚାୟତ ସମିତି ସଭ୍ୟା ଝୁମୁରି ମଲିକ, ସରପଂଚ ନିରୁପମା ଦାସ ଆଦି ଉପସ୍ଥିତ ଥିଲେ । ଆଦର୍ଶ ବିଦ୍ୟାଳୟ ହେଉଛି ମୁଖ୍ୟମନ୍ତ୍ରୀଙ୍କର ମାନସ ସନ୍ତାନ । ଏହି ଆଦର୍ଶ ବିଦ୍ୟାଳୟ ହେଉଛି ଜିଲ୍ଲାର ୨ୟ ଆଦର୍ଶ ବିଦ୍ୟାଳୟ । ଏହି ଅଂଚଳରେ ବିଦ୍ୟାଳୟ ହେବା ଫଳରେ ୧୬ଟି ପଂଚାୟତର ଯୋଗ୍ୟ ବିବେଚିତ ପିଲାମାନେ ଏହି ବିଦ୍ୟାଳୟରେ ପାଠ ପଢିବା ସହିତ ଏହି ଅଂଚଳର ସାମଗ୍ରୀକ ବିକାଶ ହୋଇ ପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ. କଳ୍ପନା, ଜିଲ୍ଲା ଶିକ୍ଷାଧିକାରୀ ନିରଂଜନ ବେହେରା, ଡିପିସ ସପନେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟରେ ଭିତିପ୍ରସ୍ତର ସ୍ଥାପନକୁ ନେଇ ଫଳକରେ ନାଉଗାଁ ବ୍ଳକର ପ୍ରଥମ ଜଗତସିଂହପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁଙ୍କ ନାମ ନଥିବା ବେଳେ ସଭା ମଧ୍ୟକୁ ଡକା ଯାଇ ନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କୁ ନ ଡାକିବା ବିଜେଡିର ଗୋଷ୍ଠୀ କନ୍ଦଳ ପଦାକୁ ଆସଥିବା ଚର୍ଚ୍ଚା ହେଉଛିି । ସେହିପରି ବ୍ଳକର ଉପାଧ୍ୟକ୍ଷା କଂଗ୍ରେସ ସମର୍ôଥତ ହୋଇଥିବା ବେଳେ ତାଙ୍କ ନାମ ଫଳକରେ ନଥିବା ଜଣାଯାଇଛି । ଯାହାକୁ ନେଇ ବୁଦ୍ଧିଜୀବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ