ନାଉଗାଁରେ କଂଗ୍ରେସର ହରତାଳ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ୬ ଘଂଟିଆ ହରତାଳ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ନାଉଗାଁ ବ୍ଲକରେ ଦେଖିବାକୁ ମିଳିଥିଲା । କଂଗ୍ରେସ କର୍ମୀମାନେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ପୀଡିତାଙ୍କ ପରିବାରକୁ ନ୍ୟାୟ ଦାବିରେ ରାସ୍ତାରେ ଟାୟାର ଜାଳି ନାରାବାଜି କରିଥିଲେ । ଏହି ହରତାଳ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହି ହରତାଳରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୁଃଶାସନ ନାୟକ, ରୋହିଆ ସମିତି ସଭ୍ୟ ପଦ୍ମଚରଣ ରାଉତ, ବରିଷ୍ଠ କଂଗ୍ରେସ ନେତା ପ୍ରହଲ୍ଲାଦ ବିଶ୍ୱାଳ, ବିଜୟ ବେହେରା, ଚକ୍ରଧର ସ୍ୱାଇଁ, ଅକ୍ଷୟ ବେହେରା, ଯୁବନେତା ବାବୁରାମ ଜେନା, ପୂର୍ବତନ ସରପଂଚ ବିମ୍ବାଧର ପରିଡା, ଶରତ ନାୟକ, ସହଦେବ ପାଳ, ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ସୁନିଲ ମାଟିଆ, ଜିଲ୍ଲା ଯୁବ କଂଗ୍ରେସ ମୁଖପାତ୍ର କ୍ରିଷ୍ଣାନନ୍ଦ ସାହୁ, ସାଧାରଣ ସଂପାଦକ ରଂଶ୍ମୀରଂଜନ ତ୍ରିପାଠୀ, ନାରାୟଣ ଲେଙ୍କା ପ୍ରମୁଖ ସାମିଲ ଥିଲେ ।