ମମିତା ମେହେର ପରିବାରକୁ ନ୍ୟାୟ ଦାବିରେ କଂଗ୍ରେସର ଧର୍ମଘଟ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପିସିିସିର ଆହ୍ୱାନରେ ଆଜି କେନ୍ଦ୍ରାପଡା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ୬ଘଣ୍ଟିଆ ଧର୍ମଘଟ କରାଯାଇଛି । ପୂର୍ବରୁ ଓଡିଶା ବନ୍ଦର ଡାକରା ଦିଆଯାଇଥିଲେ ମଧ୍ୟ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ବନ୍ଦ ପରିବର୍ତ୍ତେ ଶାନ୍ତିପୂର୍ଣ୍ଣ ଧର୍ମଘଟ ପାଳନ କରାଯାଇଛି । ପ୍ରଥମେ ତିନିମୁହାଣୀଠାରେ କ୍ରଂଗ୍ରେସ କର୍ମୀମାନେ ଏକାଠି ହୋଇ ହରତାଳ କରିଥିଲେ ଓ ପରେ ଏକ ବାଇକ ରାଲି ତିନିମୁହାଣୀଠାରୁ ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଓ ସାନ୍ତସାହି ଛକଦେଇ ଇଚ୍ଛାପୁର ଯାଇଥିଲା । ଇଚ୍ଛାପୁରଠାରୁ ବଡବାରଙ୍ଗ ବ୍ଲକ ଛକ ଦେଇ ପୂନର୍ବାର ସେହି ରୁଟ୍ରେ କଜଳାସ୍ଥିତ କଂଗ୍ରେସ ଭବନକୁ ମମିତା ମେହେରଙ୍କୁ ନ୍ୟାୟ ଧ୍ୱନିଦେଇ ପ୍ରତ୍ୟାବର୍ତ୍ତନ କରିଥିଲା ଓ କଜଳାଠାରେ ହିଁ ଧର୍ମଘଟର ପରିସମାପ୍ତି ଘଟିଥିଲା । ନବୀନ ସରକାର ଆଜି ପର୍ଯ୍ୟନ୍ତ କଂଗ୍ରେସର ୪ଟି ଦାବି ମଧ୍ୟରୁ କୈାଣସିକୁ ପୂରଣ କଲେନାହିଁ । ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ.ଆଇ.ଡି. ଗଠନ ହେଲାନାହିଁ । ଅଭିଯୁକ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବରଖାସ୍ତ କରାଗଲାନାହିଁ । କି ତାଙ୍କ ବିରୁଦ୍ଧରେ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ମକୋଦ୍ଦମା ରୁଜ୍ଜୁ ହେଲାନାହିଁ । ମମିତାଙ୍କ ପରିବାରକୁ ଏକମୁଖୀ ଅନୁକମ୍ପା ସହାୟତା ଓ ତାଙ୍କ ଭାଇକୁ ସରକାରୀ ଚାକିରୀ ଦିଆଗଲାନାହିଁ । ସୁତରାଂ ଆନ୍ଦୋଳନ ଭିତ୍ତିରେ କଂଗ୍ରେସ ସରକାରଙ୍କର ଅହଂପୂର୍ଣ୍ଣ ଆଚରଣ ଓ ଆଇନକୁ ବିଜେଡି ବାଟରେ ନେବାର ହୀନ ପ୍ରୟାସ ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ପୁଣିଥରେ ବାଧ୍ୟହେଲା । ଯେପର୍ଯ୍ୟନ୍ତ ପୀଡିତା ମମିତା ମେହେରଙ୍କ ପରିବାର ନ୍ୟାୟରୁ ବଞ୍ଚିତ ହୋଇଛନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନରୁ ଓହରିବନାହିଁ ବୋଲି ଚେତାବନୀ ଦେଇଛି । ପବେ ଆଖୁ ଦେବାକୁ ଅମଙ୍ଗ ସରକାର କାଲି ମାଠିଆଏ ଗୁଡ ଦେବାକୁ ବାଧ୍ୟହେବ । କଂଗ୍ରେସର ଏହି ଧର୍ମଘଟରେ ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ନଗର ସଭାପତି ରାଜେଶ ମହାନ୍ତି, ବ୍ଲକ ସଭାପତି ଚିତ୍ରସେନ ପରିଡା, ପ୍ରଫୁଲ୍ଲ ଦାସ, ଅକବର ଅଲ୍ଲୀ, ମୁକ୍ତାର ଖାଁ, ଶରତ ବେହୁରା, ସୈାମେନ୍ଦ୍ର ପୃଷ୍ଟି, ମିର୍ ମୁରସିଦ, ନାରାୟଣ ପରିଡା, ପରଭେଜ ଅକ୍ତର, ସନ୍ତୋଷ ବେହେରା, କଳାକାର ମଳିକ, ରାଜନ ଥାଟୋଇ, ଲକ୍ଷ୍ମୀଧର ପଲାଇ, ଆଶିଷ ମେକାପ,କମଳା କାନ୍ତ ବେହେରା, ସଞ୍ଜୟ ରାଉତ, ପରୱିନ ଜଶ୍ମିନ ପ୍ରମୁଖ ଯୋଗ ଦେଇଥିଲେ ।


