ନାଉଗାଁରେ କୃଷକ ସୁରକ୍ଷା ଅଭିଯାନ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌) :ଜଗତସିଂହପୁର ନବ ନିର୍ମାଣ କୃଷକ ସଂଗଠନ ଆନୁକୁଲ୍ୟରେ ପରିଚାଳିତ ‘କୃଷକ ସୁରକ୍ଷା ଅଭିଯାନ’ ନାଉଗାଁ ବ୍ଲକସ୍ଥିତ ବଛାଳୋ ଗ୍ରାମ ପଂଚାୟତ ଅନ୍ତର୍ଗତ ଭଣ୍ଡାଇଲୋ ଗ୍ରାମ ଅନନ୍ତ ଗେ।।ପଳ ଆଶ୍ରମରେ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବରିଷ୍ଟ କୃଷକ ନେତା ବ୍ରହ୍ନାନନ୍ଦ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ରାଜ୍ୟ ସହ-ସଂଯୋଜକ ରଶ୍ମୀରଂଜନ ସ୍ୱାଇଁ, ଜିଲ୍ଲା ସଂଯୋଜକ ଦୁର୍ଗା ଚରଣ ସ୍ୱାଇଁ, ରାଜ୍ୟ କମିଟି ସଦସ୍ୟ ଦେବୀ ପ୍ରସାଦ ମହାରଣା, ଜିଲ୍ଲା ସହ ସଂଯୋଜକ ଅଶୋକ କୁମାର ସ୍ୱାଇଁ, ନାଉଗାଁ ବ୍ଲକ ସଂଯୋଜକ କୈଳାଶ ଚନ୍ଦ୍ର ପରିଡା, ଜିଲ୍ଲା କମିଟି ସଦସ୍ୟ ପ୍ରଫୁଲ ପରିଡା, ଶରତ ଚନ୍ଦ୍ର ନାୟକ ସମେତ ବାଲିକୁଦା ବ୍ଲକର ଅଶୋକ କୁମାର ସ୍ୱାଇଁ,ଦେବାଶିଷ ଦାସ ସମେତ ଶତାଧିକ କୃଷକ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଚାଷୀର ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ସହିତ ଶୀତଳ ଭଣ୍ଡାର ଜଳସେଚନ ଓ କଳ ନିଷ୍କାସନ ସହିତ ଚାଷୀର କାଳିଆ ଟଙ୍କା ପ୍ରଦାନ କରାଯିବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା । ଏହି ସମସ୍ତ ଦାବିକୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ ବୋଲି ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ କହିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ