ନାଉଗାଁରେ ଜାତୀୟ ଯୁବ ଦିବସ ପାଳିତ

ନାଉଗାଁଁ – ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ ଯୁବ ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅଙ୍ଗେଶ୍ୱରପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଧାରୀ ପୁହାଣଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ନାଉଗାଁସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ମୁଖ୍ୟବକ୍ତା ଭାବେ ସମାଜସେବୀ ବିଚିତ୍ର କୁମାର ପଣ୍ଡା ଯୋଗ ଦେଇ ବିବେକାନନ୍ଦଙ୍କ ଆର୍ଦଶରେ ଅନୁପ୍ରାଣୀତ ହୋଇ ବିଦ୍ୟାର୍ଥୀର ଉତମ ଜୀବନ ଯାପନ ନିମନ୍ତେ ପରାମର୍ଶ ଦେଇଥିଲେ । ତାଙ୍କ ସହିତ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଆନନ୍ଦ ତରାଇ, ଶିଶିର ପାତ୍ର, କପିଳେଶ୍ୱର ସ୍ୱାଇଁ, ଶିକ୍ଷୟତ୍ରୀ ପ୍ରଗତି ଜେନା, ସ୍ମିତା ଦାସ ପ୍ରମୁଖ ଯୋଗ ଦେଇ ବିବେକାନନ୍ଦଙ୍କ ସେବା ମନୋବୃତି ଆପଣାଇ ରାଷ୍ଟ୍ରରେ ଭାତୃତ୍ୱ ଭାବର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଶାଳିଜଙ୍ଗାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତିରୁଣାସ୍ଥିତ ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ଗୋଡିଢିଅସ୍ଥିତ ରାମକୃଷ୍ଣ ସେବା ଆଶ୍ରମ ପରିସରରେ ଥିବା ବିବେକାନନ୍ଦଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଆୟୋଜିତ ସଭାରେ ବିବେକାନନ୍ଦଙ୍କ ଜୀବନୀ ଓ ସମାଜ ପ୍ରତି ତାଙ୍କର ଅବଦାନ ବିଷୟରେ ଆଲୋକପାତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ