ନାଉଗାଁରେ ଜିଲ୍ଲା ସ୍କାଉଟ ଗାଇଡି ତରଫରୁ ଜଳଛତ୍ର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ସ୍କାଉଟ୍ ଓ ଗାଇଡି ସଂଗଠନ ତରଫରୁ ଜିଲ୍ଲା ଶିକ୍ଷାଧିକାରୀ ନିରଂଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂଗଠନ ସ୍କାଉଟ ଓ ଗାଇଡି ସଂପାଦକ ବିଦ୍ୟାଧର ପ୍ରଧାନଙ୍କ ତତ୍ୱାବଧାନରେ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଜଳଛତ୍ରର ଆୟୋଜନ କରାଯାଇଥିଲା । ଏହାକୁ ଅନୁଷ୍ଠାନିକ ଭାବେ ଜଗତସିଂହପୁର ଜିଲ୍ଲା ଓଷ୍ଠାର ଉପଦେଷ୍ଠା ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରଂଜନ ମହାନ୍ତି ଓ ଜିଲ୍ଲା ସ୍କାଉଟ୍ ଅର୍ଗାନାଇଜି କମିଶନର ପ୍ରତାପ ଚନ୍ଦ୍ର ରାଉୟରାୟ ଉଦ୍‌ଘାଟନ କରିଥିଲେ । ସ୍କାଉଟ ମାଷ୍ଟର ଦିଲ୍ଲିପ କୁମାର ସ୍ୱାଇଁ, ପ୍ରଳୟ ରଂଜନ ବେହେରା, ସୁକାନ୍ତ କୁମାର ଲେଙ୍କା, ହିମାଂଶୁ କୁମାର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷୀ ସେଠୀ, ଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ସ୍ୱାଇଁ, ସ୍ନେହଲତା ଲେଙ୍କା, ଶିବପ୍ରସାଦ ସେଠୀଙ୍କ ସମେତ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଓଡପଏଙ୍ଗା, ଅଙ୍ଗେଶ୍ୱରପଡା ସରକାରୀ ଉଚ୍ଚ ବିଦ୍ୟାଳୟ, ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଏବଂ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ସମୁଦାୟ ୨୨ଜଣ ସ୍କାଉଟ ଓ ଗାଇଡିକୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ