ନାଉଗାଁରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତି ପାଳିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତି ସୋମବାର ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ପାଳନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଚାଇନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଉଗାଁ ତହସିଲଦାର ଏସ୍‌. କେ ସାଗିର, ମୁଖ୍ୟବକ୍ତା ଭାବେ ନାଉଗାଁ ଭାରାପ୍ରାପ୍ତ ବିଡିଓ ଦେବେନ୍ଦ୍ର ପ୍ରଧାନ ଯୋଗ ଦେଇ ଉତ୍କଳମଣିଙ୍କ ତ୍ୟାଗ ଓ ସେବା ମନୋଭାବ ଓ ଓଡିଶା ପ୍ରଦେଶ ଗଠନରେ ତାଙ୍କ ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଜ୍ୟୋତିପ୍ରକାଶ ଲେଙ୍କା, ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ,ଅଧ୍ୟାପକ ପ୍ରଭାତ ଶତପଥି, ରେଡକ୍ରସ ସଂଯୋଜକ ତଥା ଅଧ୍ୟାପକ ଚୈତନ୍ୟ ପରିଡା, ସୁଧାଂଶୁ ମୋହନ ନାୟକ ପ୍ରମୁଖ ଯୋଗ ଦେଇ ଉତ୍କଳମଣିଙ୍କ ଗୁଣାବଳୀ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ବିଜୟୀନି ପଢିହାରୀ ପରିଚାଳନା କରୁଥିବା ବେଳେ ସମସ୍ତ ଅଧ୍ୟାପକ,କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଅଧ୍ୟାପକ ଦିନବନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବାଂଶ ଗାଁରେ ସାମାଜିକ କର୍ମୀ ସୁବାସ ସ୍ୱାଇଁଙ୍କ ତତ୍ୱାବଧାନରେ ଉତ୍କଳମଣିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଛାତ୍ର ଦର୍ଶନ ସ୍ୱାଇଁ, ବିଶ୍ୱଜିତ ଦାସ, ପ୍ରିୟତମା ସ୍ୱାଇଁ, ସ୍ନେହଲତା ସ୍ୱାଇଁ, ବିଜୟଲକ୍ଷ୍ମୀ ମହାରଣା, ଆଦିତ୍ୟ ମୁଦୁଲି, ଜ୍ୟୋତିରଂଜନ ରାଉତଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ବାଂଶ ଗାଁରୁ ଏକ ଶୋଭାଯାତ୍ରା ବାହାରି ଅଲିଶ୍ୱର, ଚାନ୍ଦପୁରା, ବାଲିସାହି, କୋକିଢିଅ ଆଦି ଗାଁ ଦେଇ ନାଉଗାଁ ବଜାରରେ ପହିଁଚିଥିଲା । ନାଉଗାଁ ବଜାରରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ୱାଇଁ ଯୋଗ ଦେଇ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନ ସଂଗ୍ରାମ ସଂର୍ପକରେ ବିଶଦ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ