ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ସଫଳତା ବାର୍ତ୍ତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତି) ଠାରୁ ରାଜ୍ୟ ଶାସନଡୋର ଧରିଥିବା ବିଜୁ ଜନତା ଦଳ ସାରା ରାଜ୍ୟରେ ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ବ୍ଳକ ଓ ନଗର ବିଜେଡି ପକ୍ଷରୁ ବୁଧବାର ପୌରାଞ୍ଚଳରେ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସହସ୍ରାଧିକ ଦଳୀୟ କର୍ମୀ ହିଞ୍ଜିଳି ନେତାଜୀ କଲ୍ୟାଣମଣ୍ଡପ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ଏହି ଅବସରରେ ଦଳର ତୁଙ୍ଗ ନେତୃମଣ୍ଡଳୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ଓ ବାର୍ତ୍ତା ହିଞ୍ଜିଳିର କୋଣ ଓ ଅନୁକୋଣରେ ପହଞ୍ଚାଇବା ପାଇଁ ଉଦବୋଧନ ଦେଇଥିଲେ । ଓଡିଶାର ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଆନ୍ଦୋଳନର ରୂପ ନେଇଛି । ମୁଖ୍ୟମନ୍ତ୍ରୀଙ୍କ ମହତ ଉଦ୍ଦେଶ୍ୟ ଓ ପ୍ରତିବଦ୍ଧତା ବଜାୟ ରଖିବା ନିମନ୍ତେ ମିଳିତ ଏବଂ ସମର୍ପିତ ଉଦ୍ୟମ ଜାରୀ ରଖି ଲୋକଙ୍କ ସେବା କରିବାକୁ ସଂକଳ୍ପବଦ୍ଧ ହେବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ପୌରାଧ୍ୟକ୍ଷ ସୁବାଷ ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ବ୍ଳକ ସଭାପତି ସୁରେନ୍ଦ୍ର ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ତଥା ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା, ମନୋଜ ସାବତ, ପ୍ୟାରୀମୋହନ ପାଢି, ନିଳମଣି ପଟ୍ଟନାୟକ, କିରଣ ପଟ୍ଟନାୟକ, ରାମଚନ୍ଦ୍ର ମହାପାତ୍ର, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣା, ତରୁଣ କୁମାର ପଣ୍ଡା, ରାଜ୍ୟ ସମ୍ପାଦକ ଶିବରାମ ଗୌଡ, ଜିଲ୍ଲା ଉପସଭାପତି ଡି. ବିଶ୍ବନାଥ, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଏନ୍. ରଘୁନାଥ, ପ୍ରଦୀପ କୁମାର ପଣ୍ଡା, ନିଳାଞ୍ଚଳ ସାହୁ, ସୁଶାନ୍ତ ଚୌଧୁରୀ, ଜିତୁ ସ୍ବାଇଁ, ସୁନିଲ ପଟ୍ଟନାୟକ, ଅଶ୍ବିନୀ ଗୌଡ, ବସନ୍ତ ବେହେରା, ବିଭୁ ପ୍ରସାଦ ପଣ୍ଡାଙ୍କ ସମେତ ବହୁ ସରପଞ୍ଚ, ସମିତିମେମ୍ବର, ୱାର୍ଡସଭ୍ୟ, ଯୁବ , ଛାତ୍ର, ମହିଳା ଓ ସହସ୍ରାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।


