ନାଉଗାଁରେ ପ୍ରଥମ ଅଲଣା ସେବା ସମବାୟ ସମିତିର ଧାନ ମଣ୍ଡି ଉଦ୍‌ଘାଟନ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପ୍ରାଥମିକ କୃଷି ସେବା ସମବାୟ ସମିତି ପକ୍ଷରୁ ପ୍ରଥମ ଧାନ ମଣ୍ଡି ଭାବେ ଶୁକ୍ରବାର ଉଦ୍‌ଘାଟନ ହୋଇଛି । ସମିତିର ସଂପାଦକ ଶିବ ଚରଣ ନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମିତି ସଭାପତି ହରପ୍ରସାଦ ମହାନ୍ତି ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସରପଂଚ ନଳିନପ୍ରଭା ସାହୁ, ସମିତି ସଭ୍ୟ ମନ୍ମଥ ଓଝା, ବୋର୍ଡ ସଦସ୍ୟ ସୁଶାନ୍ତ କୁମାର ଦାସ, ପ୍ରଫୁଲ ପରିଡା, ବିଜୟ କୁମାର ପରିଡା,ପ୍ରତାପ କେଶରୀ ରାୟ,ଶ୍ରଚରଣ ରାଉତ,ସୁଜିତ କୁମାର ମଲ୍ଲିକ,ତରୁଣକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଚାଷୀ ଭାବେ ସୁଦର୍ଶନ ପରିଡା, କୁଳମଣୀ ଲେଙ୍କା, ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସମିତିରେ ଧାନ ଦେବା ପାଇଁ ମୋଟ ୩୫୪ ଜଣ ଚାଷୀ ନାମ ପଂଜିକରଣ କରିଥିବା ବେଳେ ୭୨ଜଣ ଚାଷୀଙ୍କର ଟୋକନ ଆସିଛି । ପ୍ରଥମ ପ୍ରର୍ଯ୍ୟାୟରେ ୬ହଜାର କୁଇଂଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ବୋଲି ସମିତି ସଂପାଦକ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏହି ସମିତିରୁ ଧାନ ସଂଗ୍ରହ କରିବା ପାଇଁ ଦୁଇ ଗୋଟି ମିଲର ଖୋର୍ଦ୍ଧାର ଏସ.ଏମ.ଏଗ୍ରୋଟେକ ଲିମିଟେଡ ଓ ବରଗଡର ଲାଠ୍ ଇଣ୍ଡଷ୍ରିକୁ ନିର୍ଦ୍ଦେଶ ରହିଛି ।ଏହି କାର୍ଯ୍ୟକ୍ରମକୁ ସମିତିର କର୍ମଚାରୀ ରଂଜନ କୁମାର ଲେଙ୍କା,ରୁଦ୍ର ନାରାୟଣ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ