ଜଗନ୍ନାଥ ମହାବିଦ୍ୟାଳୟରେ ବାର୍ଷିକ କ୍ରିଡା ଉଦଯାପିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଦୁଇ ଦିନ ବ୍ୟାପି ଅନୁଷ୍ଠିତ ବାର୍ଷିକ କ୍ରିଡା ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚାଇନା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ମୁଖ୍ୟବକ୍ତା ଭାବେ ଓଡିଶା ସାଧୁସନ୍ଥ ସମାଜର ସଭାପତି ତଥା ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ମହନ୍ତ ମହାରାଜ ଚିନ୍ତାମଣି ପର୍ବତ ଗୋସ୍ୱାମୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କର ଶିକ୍ଷା ପରି କ୍ରିଡା ନିତ୍ୟାନ୍ତ ଅପରିହାର୍ଯ୍ୟ । କ୍ରିଡା ଦ୍ୱାରା ଶାରିରୀକ ଓ ମାନସିକ ସୁସ୍ଥ ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ । ପରେ ଅତିଥି ମାନେ କ୍ରିଡାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର କ୍ରିଡା ଶିକ୍ଷକ ସୁଧାଂଶୁ ମୋହନ ନାୟକ, ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ, ଚୌଧୁରୀ ବିନେଶ ଦାସ, ନିକୁଂଜ ଦାସ, ଅଧ୍ୟାପିକା ମନଲୋଭା ପ୍ରଧାନ, ରଂଜିତ ମହାନ୍ତି, ପପିନ୍ଦ୍ର ଲେଙ୍କା,ଏମ.ଏସ. ନିହାରଂଜନ, ସ୍ୱରାଜ ପରିଜା, ତାପସ ମହାନ୍ତିଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ