ନାଉଗାଁରେ ଫିଟ୍ ଇଣ୍ଡିଆ କ୍ୟାମ୍ପେନ କାର୍ଯ୍ୟକ୍ରମ
ନାଉଗାଁ,(ଓ୍ବାଇଏନ୍ଏସ୍): ଜଗତସିଂହପୁର ନେହୁରୁ ଯୁବକେନ୍ଦ୍ର ଆନୁକୁଲ୍ୟରେ ନାଉଗାଁ ବ୍ଲକରେ ଫିଟ୍ ଇଣ୍ଡିଆ କ୍ୟାମ୍ପେନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ତିରୁଣାସ୍ଥିତ ଏକତା ସ୍ପୋଟିଂ କ୍ଲବ ପକ୍ଷରୁ ଆୟୋଜନ କରଯାଇଥିଲା । କ୍ଲବର ସମସ୍ତ ସଦସ୍ୟମାନେ ସକାଳୁ ପ୍ରଭାତ ଫେରି କରିବା ପରେ କ୍ଲବର ମୁଖ୍ୟ ଉପଦେଷ୍ଟା ନିଗମାନନ୍ଦ ସ୍ୱାଇଁଙ୍କ ତତ୍ୱାବଧାନରେ ଏକ ଯୋଗ ଶିବିରର ଆୟୋଜନ କରାଯାଇଥିଲା । ପରେ ସମସ୍ତ ସଦସ୍ୟଙ୍କ ଦ୍ୱାରା ଏକ ସାଇକେଲ ଶୋଭାଯାତ୍ରା କ୍ଲବ କାର୍ଯ୍ୟାଳୟରୁ ବାହାରି ତିରୁଣା ଚାରିଛକ, ଉର, ତେଟୋଂଇ, ଗଂଗଦାହାଟ ଆଦି ଦେଇ କ୍ଲବ କାର୍ଯ୍ୟାଳୟରେ ପହଁଚିଥିଲା । ଜନସାଧାରଣମାନେ କିପରି ନିଜକୁ ସୁସ୍ଥ ଓ ନିରୋଗୀ ରଖିପାରିବେ ଏହି ଶୋଭାଯାତ୍ରାରେ ସଚେତନତାର ବାର୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜାତୀୟ ଯୁବ ସ୍ୱେଛାସେବକ ନୃସିଂହ ମହାରଣା, ସୋସିଆଲ ମିଶନ ୱାଲର୍ଡର ନିର୍ଦ୍ଦେଶକ ସର୍ବେଶ୍ୱର ମହାରଣା, ମନୋସ୍ୱିନୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ । କ୍ଲବର ସଭାପତି ଜ୍ଞାନରଂଜନ ପରିଡା, ସଂପାଦକ ରାଧେଶ୍ୟାମ ସ୍ୱାଇଁ, ଚିନ୍ମୟ ପରିଡା, ଜ୍ଞାନରଂଜନ ନାୟକ, ନୂତନ ପରିଡା, ଆଲୋକ ଦାସ, ଆଲୋକ କୁମାର ସାହୁ, ନୃସିଂହ ପରିଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


