ନାଉଗାଁରେ ବିକାଶ ପାଇଁ ନାଉଗାଁ ସ୍ୱାଭିମାନ ପରିଷଦ ଗଠିତ

ନାଉଗାଁ ଅଂଚଳର ସମସ୍ୟା, ସଂସ୍କୃତି, ଐତିହ୍ୟ ପରମ୍ପରା ଓ ସ୍ୱାଭିମାନର ସୁରକ୍ଷା ପାଇଁ ନାଉଗାଁସ୍ଥିତ ସାଧୁ ଗୋସ୍ୱାମୀ ପୀଠରେ ନାଉଗାଁ ସ୍ୱାଭିମାନ ପରିଷଦ ଗଠନ କରାଯାଇଛି । ନାଉଗାଁ ଅଂଚଳର ବିଭିନ୍ନ ପ୍ରାନ୍ତରୁ ସଚେତନ ଯୁବକ ମାନଙ୍କୁ ନେଇ ଚୈଧୁରୀ ସତ୍ୟପ୍ରକାଶ ଦାସଙ୍କ ସଭାପତିତ୍ୱରେ ଏହି ପରିଷଦର ସର୍ବସମ୍ମତି କର୍ମେ ଗଠନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ମନୋରଞ୍ଜନ ଦାସ, ନାଉଗାଁ ଅଂଚଳର ସମସ୍ୟା ଓ ସ୍ୱାଭିମାନର ସୁରକ୍ଷା ପାଇଁ ନାଉଗାଁବାସୀ ଏକ ହୋଇ ଅଂଚଳର ବିକାଶ ପାଇଁ ଭାଇଚାରା ମାଧ୍ୟମରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ନାଉଗାଁରେ ଥିବା ପ୍ରତିଭାମାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନାଉଗାଁ ମହୋତ୍ସବ ପାଳନ କରାଯିବ ବୋଲି ଅନୁଷ୍ଠାନ ତରଫରୁ ପ୍ରସ୍ତାବ ଗୃହିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଧନଂଜୟ ପରିଜା, ସୃତିରଞ୍ଜନ ବେହୁରା, ପ୍ରାଧ୍ୟାପକ ଡଃ ଚାଇନା ପ୍ରଧାନ, ପ୍ରଶାନ୍ତ କୁମାର ଦାସ, ତ୍ରିଲୋଚନ ପାଢୀ, ପ୍ରସନ୍ନଜିତ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ