ନାଉଗାଁରେ ବୋଇତ ବନ୍ଦାଣ ପାଇଁ ପ୍ରସ୍ତୁତି ବୈଠକ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ସାଂସ୍କୃତିକ ପରିଷଦ ତରଫରୁ ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ନାଉଗାଁହାଟସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତୀ ଓ ଶାସ୍ତ୍ରୀ ଫଟୋଚିତ୍ରରେ ପରିଷଦର କର୍ମକର୍ତାମାନଙ୍କ ଦ୍ୱାରା ଶନିବାର ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ପରିଷଦର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ବୋଇତ ବନ୍ଦାଣ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପରିଷଦର କାର୍ଯ୍ୟକାରୀ ସଭାପତି ଆଡଭୋକେଟ ବିଷ୍ଣୁ ପ୍ରସାଦ ସ୍ୱାଇଁ, ଉପସଭାପତି ଡଃ.ଚାଇନା ପ୍ରଧାନ, ଶିକ୍ଷକ ନିରଂଜନ ମହାନ୍ତି, ସଂପାଦକ ଅଧ୍ୟାପକ ସରୋଜ କୁମାର ନାୟକ, କୋଷାଧକ୍ଷ ବେଣୁଧର ସ୍ୱାଇଁ, ସାଂସ୍କୃତିକ ସଂପାଦକ ସୁକାନ୍ତ କୁମାର ଲେଙ୍କା, ଅଧ୍ୟାପକ ଜ୍ୟୋତିପ୍ରକାଶ ଲେଙ୍କା, ନାଉଗାଁ ବ୍ଲକ ଅଧକ୍ଷ ଜଗନ୍ନାଥ ଦାସ, ବାର୍ଷିକ ବିଶେଷାଙ୍କ ଆ-କା-ମା-ବୈ ପତ୍ରିକାର ସହ ସଂପାଦକ ହିମାଂଶୁ କୁମାର ମହାନ୍ତି , ତ୍ରିଲୋଚନ ପାଢୀ, ପ୍ରସନ୍ନଜିତ ସାହୁ , ରମେଶ ଦାସ , ବିଭୁ ପଦାରବିନ୍ଦ ପରିଡା , ଅଭୟ ସ୍ୱାଇଁ, ଭ୍ରମର ବେହେରା , ହରପ୍ରସନ୍ନ ନାୟକ , ରାମ ସ୍ୱାଇଁ, ନନ୍ଦକିଶୋର ବାରିକ, ଅନାଦି ବରିକ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବ ନିମନ୍ତେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ସଂପାଦକଙ୍କ ଦ୍ୱାରା ପୂର୍ବ ବର୍ଷର ବିବରଣୀ ପାଠ କରାଯିବା ସହ ଚଳିତ ବର୍ଷ ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ଆଖି ଆଗରେ ରଖି ଉତ୍ସବ ପାଳନ କରାଯିବ ବୋଲି ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ପରିଷଦର ଏକ ୱେବସାଇଟ୍ ତିଆରି କରାଯାଇ କାର୍ଯ୍ୟକ୍ରମକୁ ଏବଂ ପତ୍ରିକାକୁ ଡିଜିଟାଲ କରାଯିବାକୁ ବୈଠକରେ ସ୍ଥିର କାଯାଇଥିଲା । ଏହା ସହିତ ଆଗାମୀ ଦିନରେ ବିଭିନ୍ନ ଗଠନମୂଳକ କାର୍ଯ୍ୟ ସହିତ ସଚେତନତା ଧର୍ମୀ କାର୍ଯ୍ୟ କରାଯିବ ବୋଲି ପରିଷଦର ମୁଖ୍ୟ ଉପଦେଷ୍ଟା ଶ୍ରୀ ଦାସ ମତ ପ୍ରକାଶ କରିଥିଲେ । ଶେଷରେ ପରିଷଦର ସଂପାଦକ ଅଧ୍ୟାପକ ସରୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ