ନାଉଗାଁରେ ଭାରତ ବନ୍ଦ ପାଳନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କୃଷି ଆଇନ ଓ ବିଦ୍ୟୁତ ଆଇନ ପ୍ରତ୍ୟାହାର ଦାବିରେ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି କ୍ରମରେ ନାଉଗାଁ ବ୍ଲକରେ ନବ ନିର୍ମାଣ କୃଷକ ସଂଗଠନ, ଭାରତର ଟ୍ରେଡ ୟୁନିୟନ କେନ୍ଦ୍ର, ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ସମେତ କଂଗ୍ରେସ ଦଳ ଆଦି ସାମିଲ ହୋଇ ବ୍ଲକର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଥିଲ।। । ନାଉଗାଁ ବଜାର, ନାଉଗାଁ ବ୍ଲକଛକ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦିକୁ ସଂଗଠନର କର୍ମୀମନେ ପିକେଟିଂ କରି ବନ୍ଦ କରିବା ସହିତ ବାଲିଭଉଁରୀ-ଶିଖରଘାଟ ରାସ୍ତାକୁ ଅବରୋଧ କରି ଗାଡି ଚଳାଚଳକୁ ବନ୍ଦ କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନିକୁ ବିରୋଧ କରିବା ସହ ବିଦ୍ୟୁତ ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିବା ସହ ନାରାବାଜୀ କରିଥିଲେ । ସୂଚନା ଥାଉକି ସରକାରଙ୍କ ଦ୍ୱାରା ପାରିତ କୃଷି ଓ ବିଦ୍ୟୁତ ଆଇନ ପ୍ରତ୍ୟାହାର କରାଯାଉ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା ଦାବି କରି ଆସୁଛି । ଏହି ବନ୍ଦ ପାଳନରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ବ୍ଲକ କମିଟି ସଭାପତି ମହେଶ୍ୱର ଦାସଙ୍କ ନେତୃତ୍ୱରେ ବ୍ଲକ ସଂପାଦକ ବସନ୍ତ ମଲ୍ଲିିକ, ଆର୍ତ ଦାସ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ସହ ସଂଯୋଜକ ଆଶୋକ ସ୍ୱାଇଁ, ବ୍ଲକ ସଂଯୋଜକ କୈଳାସ ପରିଡା, ଚର୍ତୁଭୁଜ ମହାନ୍ତି, ନାଉଗାଁ ବ୍ଲକ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରଫୁଲ ପରିଡା ଆଦି ସାମିଲ ଥିଲା ବେଳେ ସିଆଇଟିୟୁ ପକ୍ଷରୁ ବ୍ଲକ ସଭାପତି ଶ୍ରୀଧର ସାହୁ, ପ୍ରଭାତ ଭୋଇ, ନିର୍ବାଣ ମହାନ୍ତି, ସୁଶାନ୍ତ ପରିଡା, ନକୁଳ ଭୋଇ ପ୍ରମୁଖ ସାମିଲ ଥିଲେ । କଂଗ୍ରେସ ଦଳ ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ନିରଂଜନ ବେହୁରା ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ