ନାଉଗାଁ ଜୋନ୍‌-୧ ରେ ବିଜେଡିର ବନ୍ଧୁମିଳନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ନିର୍ବାଚନମଣ୍ଡଳୀର ନାଉଗାଁ ବ୍ଲକ ଜୋନ-୧ ଅନ୍ତର୍ଗତ ମୁଣ୍ଡାଳୋ ଠାରେ ବିଜୁ ଜନତା ଦଳ ପକ୍ଷରୁ ବନ୍ଧୁମିଳନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଅଲଣା ପଂଚାୟତର ପୂର୍ବତନ ସରପଂଚ ସୁଶାନ୍ତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ସାଧାରଣ ଲୋକଙ୍କ ନିକଟରେ ସଠିକ୍ ଭାବେ ପହଁଚି ପାରୁନାହିଁ, ସାଧାରଣ ଲୋକଙ୍କ ନିକଟରେ ଏହା କିପରି ଭାବେ ପହଁଚା ଯାଇପାରିବ ମତବ୍ୟକ୍ତ କରିଥିଲେ । ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ ମହାନ୍ତି, ଜଗତସିଂହପୁର ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ସମାଜସେବୀ ଯୁଧିଷ୍ଟିର ସ୍ୱାଇଁ, ଯୁବ ଆଇନଜୀବୀ ବିସ୍ମୟ ଷ୍ଟାର୍ଲିନ, ଜଗତସିଂହପୁର ବ୍ଲକ ପୂର୍ବତନ ଆତ୍ମା କମିଟି ଅଧ୍ୟକ୍ଷ ବରୋଦା ପ୍ରସାଦ ରାୟ, ଡେରିକି ପଂଚାୟତ ପୂର୍ବତନ ସମିତି ସଭ୍ୟ ପ୍ରର୍ଶୁରାମ ଜେନା ପ୍ରମୁଖ ଯୋଗ ଦେଇ ବନ୍ଧୁମିଳନର ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଛାତ୍ର ସଂସଦ ସଭାପତି ତାପସ ଦାସ, ଓମ୍ ପ୍ରକାଶ ନାୟକ, ଅନିଲ କୁମାର ଲେଙ୍କା, ଅଙ୍ଗଦ ନାୟକ, ଦେବୀପ୍ରସାଦ ପାଢୀ, ଅଜିତ ମହାନ୍ତି, ନିରଂଜନ ମହାରଣା, ବିଦ୍ୟାଧର ନାୟକ, ବାପିନା ବିଶ୍ୱାଳଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ । ଶେଷରେ ଜାମୁଗାଁ ପଂଚାୟତର ଯୁବନେତା ଦିଲ୍ଲୀପ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ