ନାଉଗାଁ ତହସିଲରେ ନୂତନ ତହସିଲଦାରଙ୍କ ଯୋଗଦାନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲରେ ନୂତନ ତହସିଲଦାର ଭାବେ ଶିବାଶିଷ ପରିଡା ଯୋଗଦାନ କରିଛନ୍ତି । ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱର ସହିତ ବିଚାର କରି ଉଚିତ ପଦକ୍ଷେପ ନେବେ ବୋଲି ନୂତନ ତହସିଲଦାର ଶ୍ରୀ ପରିଡା କହିଛନ୍ତି । ଏହା ପୂର୍ବରୁ ତହସିଲଦାର ଶ୍ରୀ ପରିଡା କେନ୍ଦ୍ରାପଡା ଜିଲ୍ଲାର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ । ପ୍ରକାଶ ଥାଉକି ନାଉଗାଁ ତହସିଲରୁ ତହସିଲଦାର ଏସ.କେ ସାଗିରଙ୍କର ଅନ୍ୟତ୍ର ବଦଳି ହେବା ପରେ ତାଙ୍କ ଦାୟିତ୍ୱକୁ ଅତିରିକ୍ତ ତହସିଲଦାର ତୁଲାଇ ଆସୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ