ନାଉଗାଁ ତହସିଲ କାର୍ଯ୍ୟାଳୟର ଶୌଚାଳୟରେ ଝୁଲୁଛି ତାଲା

ନାଉଗାଁ : ଜନସାଧାରଣଙ୍କ ସୁବିଧା ପାଇଁ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଶୌଚାଳୟ ମାନ ନିର୍ମାଣ କରାଯାଇଛି । କିନ୍ତୁ ଏହି ଶୌଚାଳୟ ଗୁଡିକ କେଉଁଠି ଅପରିଷ୍କାର ହୋଇ ପଡିରହିଥିବା ବେଳେ ଆଉ କେଉଁଠି ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ଯାହା ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ନାଉଗାଁରେ । ନାଉଗାଁ ବ୍ଳକରେ ୧୬ଟି ପଂଚାୟତ ରହିଛି । ଏହି ସମସ୍ତ ପଂଚାୟତର ଜନସାଧରଣମାନେ ବିଭିନ୍ନ ଜମିଜମା କାଗଜ ପତ୍ର ଓ ପ୍ରମାଣ ପତ୍ର ପାଇଁ ପ୍ରତିଦିନ ଶହ ଶହ ଲୋକ ତହସିଲ କାର୍ଯ୍ୟାଳୟକୁ ଆସିଥାନ୍ତି । ସେମାନେ ଦିର୍ଘ ସମୟ କାର୍ଯ୍ୟାଳୟରେ ଅପେକ୍ଷା କରିବା ଫଳରେ ଶୌଚାଳୟର ଆବଶ୍ୟକ ପଡିଥାଏ । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କାର୍ଯ୍ୟାଳୟରେ ଶୌଚାଳୟ ନିର୍ମାଣ କରାଯାଇଛି । ଏହି ଶୌଚାଳୟକୁ କାର୍ଯ୍ୟାଳୟର କର୍ମଚାରୀଙ୍କ ସହିତ ଜନସାଧାରଣମାନେ ବ୍ୟବହାର କରିବାର ବ୍ୟବସ୍ଥା ରହିଛି । କିନ୍ତୁ ଉକ୍ତ କାର୍ଯ୍ୟାଳୟର କିଛି କର୍ମଚାରୀ ନିଜ ବ୍ୟକ୍ତିଗତ ବ୍ୟବହାର କରିବା ପାଇଁ ଉକ୍ତ ଶୌଚାଳୟରେ ତାଲା ପକାଇ ନିଜ ପାଖରେ ଚାବି ରଖୁଛନ୍ତି । ଫଳରେ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ତଥା ମହିଳାମାନେ ବାହାରେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି । ଏପରିକି କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ମଧ୍ୟ ବାଧ୍ୟ ହୋଇ ବାହାରେ ପରିସ୍ରା କରୁଥିବା ଅଭିଯୋଗ କରୁଛନ୍ତି । ସେହିପରି ନାଉଗାଁ ବ୍ଲକ କାର୍ଯ୍ୟାଳୟରେ ଶୌଚାଳୟମାନ ନିର୍ମାଣ ହୋଇଥିଲେ ମଧ୍ୟ ଅପରିଷ୍କାର ଅବସ୍ଥାରେ ପଡିରହିଥିବାରୁ ବ୍ୟବହାରରେ ଲାଗି ପାରୁନାହିଁ । ଫଳରେ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ବାହାରେ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି । ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ତହସିଲ କାର୍ଯ୍ୟାଳୟ ଶୌଚାଳୟକୁ ସର୍ବସାଧାରଣ ବ୍ୟବହାର ଯୋଗ୍ୟ କରିବା ସହିତ ବ୍ଲକ କାର୍ଯ୍ୟାଳୟରେ ଥିବା ଶୌଚାଳୟକୁ ପରିଷ୍କାର କରିବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ