ନାଉଗାଁ ଥାନାରେ ଚତୁର୍ଥ ପ୍ରହର ନାମଯଜ୍ଞ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ଥାନା ପରିସରରେ ଥିବା ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ପୀଠସ୍ଥଳରେ ଚତୁର୍ଥ ପ୍ରହର ନାମଯଜ୍ଞ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା ବାହାରି ପୂର୍ଣ୍ଣ କଳସ ଅଣାଯାଇ କୁଂଜ ନିକଟରେ ସ୍ଥାପନ କରାଯାଇ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମରୁ ସଂର୍କୀତନ ମଣ୍ଡଳୀମାନେ ଯୋଗ ଦେଇ ନାମ ସଂର୍କୀତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ପରିଚାଳନା କରୁଥିବା ବେଳେ ଏସଆଇ ପ୍ରତାପ କୁମାର ଦାଶ,ଏସଆଇ ବିବେକାନନ୍ଦ ସାହୁ, ଏଏସଆଇ ଅଶୋକ କୁମାର ମହାନ୍ତି, ସ୍ମୃତି ମହାପାତ୍ର, ବିକ୍ରମ ସ୍ୱାଇଁ, ରଶ୍ମୀ ରଂଜନ ଗ୍ରହଚାର୍ଯ୍ୟଙ୍କ ସମେତ ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ