ନାଉଗାଁ ଥାନାରେ ନୂତନ ଆରକ୍ଷୀ ନିରୀକ୍ଷକଙ୍କ ଯୋଗଦାନ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ଥାନାରେ ମଙ୍ଗଳବାର ନୂତନ ଆରକ୍ଷୀ ନିରୀକ୍ଷକ ଭାବେ ଗୋବର୍ଦ୍ଧନ ସାହୁ ଯୋଗ ଦେଇଛନ୍ତି । ଏହି ଥାନାରେ ଆରକ୍ଷୀ ନିରୀକ୍ଷିକା ଭାବେ ପ୍ରଜ୍ଞା ରିତାମ୍ବର କର କାର୍ଯ୍ୟକରି ଆସୁଥିଲେ । ତାଙ୍କର ଜଗତସିଂହପୁର ବିଦ୍ୟୁତ ଥାନାକୁ ବଦଳି ହେବା ପରେ ଶ୍ରୀ ସାହୁଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ନାଉଗାଁ ଥାନାକୁ ବଦଳି କରାଯାଇଥିଲା । ଆରକ୍ଷୀ ନିରୀକ୍ଷକ ଶ୍ରୀ ସାହୁ ନୂତନ ଭାବେ ଥାନାରେ ଯୋଗ ଦେବା ପରେ ନିଶା କାରବାର ଉପରେ କଡା ନଜର ରଖିବା ସହିତ ସ୍ଥାନୀୟ ଅଂଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପେଟ୍ରୋଲିଂକୁ କଡାକଡି କରାଯିବ ବୋଲି କହିବା ସହିତ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ