ନାଉଗାଁ ଫେଷ୍ଟିଭାଲ ପାଇଁ ପ୍ରସ୍ତୁତି ବୈଠକ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ମଣିକର୍ଣ୍ଣିକା ଘାଟସ୍ଥିତ ଚଗଲିଦାସ ମଠ ଠାରେ ନାଉଗାଁ ଫେଷ୍ଟିଭାଲ ପାଇଁ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ କର୍ମକର୍ତା ଚୟନ କରାଯିବା ସହିତ କୋଭିଡ କଟକଣା ମଧ୍ୟରେ କିପରି ଫେଷ୍ଟିଭାଲ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ଭାବେ ସ୍ମୃତିରଂଜନ ବେହେରା ,ସଭାପତି ଭାବେ ଚୌଧୁରୀ ସତ୍ୟ ଦାସ, ଉପସଭାପତି ତନ୍ମୟ ରାୟ, ସଂପାଦକ ଧନଞୟ ପରିଜା, ସଂଗଠନ ସଂପାଦକ ଭାବେ ଅଭିମନ୍ୟୁ ସାହୁ, ଦେବଜ୍ୟୋତି ମହାନ୍ତି, ମନୋଜ ନାୟକ, ତ୍ରିନାଥ ପରିଜା, ବିବେକାନନ୍ଦ ପରିଜାଙ୍କୁ ମନୋନୀତ କରାଯାଇଥିବା ବେଳେ ସାଂସ୍କୃତିକ ସଂପାଦକ ଭାବେ ତ୍ରିଲୋଚନ ପାଢୀ, ସୁକାନ୍ତ କୁମାର ଲେଙ୍କା, ହିଂମାଶୁ ମହାନ୍ତି,ଅକ୍ଷୟ ରାଉତ,ପ୍ରସନ୍ନଜିତ ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା ।