ନାଉଗାଁ ବ୍ଳକରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

ନାଉଗାଁ,(ୱାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକସ୍ଥିତ ସୂର୍ଯ୍ୟମଣ୍ଡପ ଠାରେ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି । ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିଷ୍ଠା ଦିବସରେ ପ୍ରଥମେ ବ୍ଳକଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇଥିଲେ । ତାଙ୍କ ସହିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ପୂର୍ବତନ ବିଧାୟକ ଜ୍ୟୋତିଷ ଦାସ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଏଲିନା ଦାସ, ବ୍ଳକ ସଭାନେତ୍ରୀ ରୀତା ମହାନ୍ତି, ଯୁବନେତା ପ୍ରଦିପ୍ତ ସ୍ୱାଇଁ, ଜିଲ୍ଲା ଛାତ୍ର ଉପସଭାପତି ଆଲୋକ ମହାନ୍ତି, ବ୍ଳକ ଯୁବ ସଭାପତି ପ୍ରତ୍ୟୁଷ ପରିଡା, ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢୀ, ଯୁବନେତା ଅଜୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳ ଛାଡି ଅଲଣା ପଂଚାୟତର ପୂର୍ବତନ ସରପଂଚ ସୁରେନ୍ଦ୍ର ସାହୁ, ଅଲଣା ସେବା ସମବାୟ ସମିତିର ସଭାପତି ହରପ୍ରସାଦ ମହାନ୍ତି, ପୂର୍ବତନ ସଭାପତି ପ୍ରମୋଦ ରାୟ ପ୍ରମୁଖ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ । ଯୋଗ ଦେଇଥିବା ନୂତନ କର୍ମୀଙ୍କୁ ବିଧାୟକ ଶ୍ରୀ ମୁଦୁଲି ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ନାଉଗାଁ ବ୍ଳକର ବିଜେଡି ସମର୍ôଥତ ସରପଂଚ, ସମିତି ସଭ୍ୟଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ