ନାଉଗାଁ ବ୍ଳକର କୃଷକ ଉପଦେଷ୍ଟା ମଣ୍ଡଳୀ ବୈଠକ
ନାଉଗାଁ, (ୱାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ବ୍ଲକ କୃଷି କାର୍ଯ୍ୟାଳୟରେ ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ବ୍ଳକ କୃଷକ ଉପଦେଷ୍ଟା ମଣ୍ଡଳୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷି, ପ୍ରାଣୀ ସଂପଦ, ଉଦ୍ୟାନ ଓ ମତ୍ସ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି କୃଷି ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା.ରାଜା ଉଦୟଭାନୁ ରାଉତ, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଶୁଭେନ୍ଦୁ ସେଠୀ, ସହକାରୀ ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ରଂଜିତ ରାଉତ, ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ କୃଷକ ଅଧିକାରୀ ସୁଭଶ୍ରୀ ମହାପାତ୍ର, ବିପିସି ଶଶାଙ୍କ ଶେଖର ସ୍ୱାଇଁଙ୍କ ସହିତ ଆତ୍ମା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ କୃଷି କାର୍ଯ୍ୟାଳୟ ଏଟିଏମ ଅଭିଜିତ ସେଠୀ, ଏଟିଏମ ରାଜକିଶୋର ବାରିକ, ବିଟିଏମ ଦିପକ ରଶ୍ମୀ ଦାସ ପ୍ରମୁଖ ପରିଚାଳନା କରିଥିଲେ ।


