ନାଉଗାଁ ବ୍ଳକର ବିଭିନ୍ନ ଶିବ ମନ୍ଦିରରେ ଜାଗରଯାତ୍ରା ଅନୁଷ୍ଠିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ବିଭିନ୍ନ ଶୈବପୀଠ ଯଥା ଗଙ୍ଗଦାର ମଉଳା ଭଣଜା, ଶାଳିଜଙ୍ଗାର ସିଦ୍ଧେଶ୍ୱର, ଭଟଣାର ଶ୍ରୀ ଶ୍ରୀ ହରିହର, ତିହୁଡାର ଦକ୍ଷିଣେଶ୍ୱର, କୋରୁଅର ନିଳକଣ୍ଠେଶ୍ୱର, ନାଉଗାଁର ସାଧୁଗୋସ୍ୱାମୀ, ଘୋଡାଂଶର ଘୋଡେଶ୍ୱର, ନନ୍ଦିଗ୍ରାମର ନନ୍ଦିକେଶ୍ୱର, ତିରୁଣାର ସୁବର୍ଣ୍ଣେଶ୍ୱର, ଗଜରାଜପୁରର ତୁମ୍ବେଶ୍ୱର, ଗୋଠଦାର ଗୋଠେଶ୍ୱର, ତେଲସରାର ରାମେଶ୍ୱର, ଡାହାଣୀଖିଆର ବାବା ଜଟାଧାରୀ ଆଦି ଶୈବପୀଠରେ ମହାଶିବରାତ୍ରୀ ଗୁରୁବାର ପାଳିତ ହୋଇଯାଇଛି । ଏହି ଅବସରରେ ଶୈବପୀଠ ଗୁଡିକୁ ରଙ୍ଗ ବେରଙ୍ଗର ପୁଷ୍ପମାଳାରେ ସଜ୍ଜିତ କରାଯାଇଥିବା ବେଳେ ଦେବାଳୟ ଗୁଡିକରେ କୋଭିଡ କଟକଣା ଅନୁସାରେ ପୂଜାର୍ଚ୍ଚନା କରାଯାଇଛି । ରାତି ୧୧ଟା ପରେ ଅଧିକାଂଶ ଶୈବ ପୀଠ ଗୁଡିକରେ ମହାଦୀପ ଉଠିଥିବା ବେଳେ ନନ୍ଦିକେଶ୍ୱରଙ୍କ ପୀଠରେ ରାତ୍ର ୩ ଟାରେ ମହାଦୀପ ଉଠିଥିଲା । ମହାଦୀପ ଉଠିବା ସମୟରେ ଘଂଟଘଂଟା, ଶଙ୍ଖ, ହୁଳହୁଳି, ନାମ ସଂକୀର୍ତନ କରାଯାଇଥିଲା ।