ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ବନ କର୍ମଚାରୀ ଙ୍କ ଦ୍ଵାରା ଜଣେ ଗିରଫ : କଡା ପାଟ୍ରୋଲିଂ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ବନବିଭାଗ ର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜାଣିଶୁଣି ନିଆଁ ଲଗାଉଛନ୍ତି । ଟିକାବାଲି ଫରେଷ୍ଟ ବିଭାଗ ତରଫରୁ ପାଟ୍ରୋଲିଂ କରୁଥିବା ସମୟରେ ଫୁଲବାଣୀ ବନଖଣ୍ଡ ଅଧିନ ଟିକାବାଲି ପରେଷ୍ଟ ରେଞ୍ଜ ଅର୍ନ୍ତଗତ ଲାଇନପଡ଼ା ରିଜର୍ଭ ଜଙ୍ଗଲ ମଧ୍ୟରେ ନିଆଁ ଲାଗାଉଥିବା ବେଳେ ବନ କର୍ମଚାରୀ ମାନେ ନିଆଁକୁ ଆୟତ କରିବା ସହ ଅଭିଯୁକ୍ତକୁ କାବୁ କରିଥିଲେ। ଗିରଫ ବ୍ୟକ୍ତି ଜଣଙ୍କ ଲାମ୍ବାର ଖୋଲ ଗ୍ରାମର ଇଶ୍ଵର କହଁର ବୋଲି ଟିକାବାଲି ଜଙ୍ଗଲ ବିଭାଗ ବନପାଳ ସଦାନନ୍ଦ ବେହେରା ପ୍ରକାଶ କରିଛନ୍ତି। ଇଶ୍ବରଙ୍କ ନାମରେ କେସନଂ- ୨୦୧/୨୧ ଓଡ଼ିଶା ଫରେଷ୍ଟ ଏକ୍ଟ ୧୯୭୨ ସେକ୍ସେନ ୨୭(୩) (ଏ,) ପ୍ରକାରେ ମାମଲା ରୁଜୁ କରି ଗିରଫ କରିଥିବା ବନପାଳ ଶ୍ରୀ ବେହେରା କହିଛନ୍ତି । ଟିକାବାଲି ବନ ବିଭାଗ କର୍ମଚାରୀଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଅଭିଯୁକ୍ତ କୁ ଗିରଫ ସମ୍ଭବ ହୋଇଥିବା ଜଣାପଡିଛି । ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ କଡା ନଜର ରଖିବା ସହ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଥିବା ବିଷୟ ଟିକାବାଲି ରେଞ୍ଜର ବୈରାଗି ଚରଣ ବେହେରା କହିଛନ୍ତି । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ସ୍କାଡ ଗଠନ କରିବା ସହ ବନ ସୁରକ୍ଷା ସମିତିକୁ ମଧ୍ୟ ନିଆଁ ଲିଭା ଦାୟୀତ୍ଵ ଦିଆଯାଇଛି। ଆଗକୁ ଯେପରି ଜଙ୍ଗଲରେ ନିଆଁ ନ ଲାଗିବ ସେଥିପାଇଁ ଜଙ୍ଗଲରେ ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯାଇ ଥିବା ବିଷୟ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ