ନାଉଗାଁ ବ୍ଳକର ସାମାଜିକ ନ୍ୟାୟିକ ମଂଚର କର୍ମକତା ଚୟନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଓଷକଣା ପଂଚାୟତର ନୟାସିଙ୍ଗଡା ଗ୍ରାମ ଅନ୍ତର୍ଗତ ପହଲି ଦାସ ମଠ ପରିସରରେ ରବିବାର ସାମାଜିକ ନ୍ୟାୟିକ ମଂଚର ସାଙ୍ଗଠନିକ ବୈଠକ ଅନୁଷ୍ଟିତ ହେବା ସହ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । କମଳାକାନ୍ତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ନ୍ୟାୟିକ ମଂଚର ସଭାପତି ଭାବେ ଗୌରାଙ୍ଗ ଦାସ, କାର୍ଯ୍ୟକାରୀ ସଭାପତି ଭାବେ ଗଣେଶ ଚନ୍ଦ୍ର ସାହୁ, ଉପସଭାପତି ଡମ୍ବରୁଧର ସ୍ୱାଇଁ, ସଂପାଦକ ରବିନ୍ଦ୍ର ନାଥ ସ୍ୱାଇଁ, ସହ ସଂପାଦକ ଲଲାଟେନ୍ଦୁ ପରିଡା, ଯୁଗ୍ମ ସଂପାଦକ ବଂଶୀଧର ଦାସ, କୋଷାଧ୍ୟକ୍ଷ ଭାବେ ସାକେତ ଭୂଷଣ ଦାସଙ୍କୁ ମନୋନୀତ କରାଯାଇଛି । ସେହିପରି ୧୬ଟି ପଂଚାୟତର ୧୬ଜଣଙ୍କୁ ସଂଯୋଜକ ଭାବେ ମନୋନୀତ କରାଯାଇଥିଲା । ଏହି ମଂଚ ମାଧ୍ୟମରେ ଉକ୍ତ ବ୍ଳକର ଜନସାଧାରଣଙ୍କ ମୌଳିକ ଅସୁବିଧା, ବିଭିନ୍ନ ଦାବିକୁ ଉପସ୍ଥାପନ କରାଯିବ । ଦୀର୍ଘଦିନ ଧରି ନାଉଗାଁ ବ୍ଳକକୁ ନୂଆଗାଁ ବ୍ଲକ ନାମରେ ସରକାରୀ ୱବେସାଇଟ୍‌ରେ ଉଲ୍ଲେଖ ରହୁଥିବାରୁ ତାହାକୁ ଯଥାଶୀଘ୍ର ସଂଶୋଧନ କରାଯିବା ପାଇଁ ଦାବି କରାଯିବ ବୋଲି ସଂଘର ସଭାପତି ଦାସ ସୂଚନା ଦେଇଛନ୍ତି । ଏହି ବୈଠକରେ କରୁଣାକର ସାହୁ, ହେମନ୍ତ ଜେନା, ନିରଂଜନ ମହାନ୍ତି, ସୁବାସ ସ୍ୱାଇଁ, ପଂଚାୟତ ସମିତି ଉପାଧ୍ୟକ୍ଷ ସୁଜିତ ପୁହାଣ, ଗଳଧାରୀ ସରପଂଚ ଦିଲ୍ଲିପ ନାୟକ, ଭାଗୀରଥି ବେହେରାଙ୍କ ସମେତ ବହୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ ଆଦି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ