ଚାନ୍ଦପୁରାସ୍ଥିତ ଶ୍ରୀ ଶ୍ରୀ ସାଧୁ ଗୋସ୍ୱାମୀ ପୀଠରେ ଭାଗବତ ମେଳଣ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଚାନ୍ଦପୁରାସ୍ଥିତ ଶ୍ରୀ ଶ୍ରୀ ସାଧୁ ଗୋସ୍ୱାମୀ ପୀଠରେ ଭାଗବତ ମେଳଣ ଅନୁଷ୍ଠିତ ହୋଇଯାଇଛି। ୫ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିବସରେ ବାବା ସାଧୁ ଗୋସ୍ୱମୀଙ୍କୁ ମାର୍ଜନା କରାଯିବା ସହ ଯଥାରୀତି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା। ବାବା ସତ୍ୟାନନ୍ଦ ଦାସଙ୍କ ଦ୍ୱାରା ଭାଗବତ ଆଲୋଚନା କରାଯାଇଥିଲା। ଗୁରୁବାର ଦିନ ବ୍ଳକର ବିଭିନ୍ନ ଗ୍ରାମର ୭ଟି ଭାଗବତ ଗାଦିରୁ ବିମାନ ମାଧ୍ୟମରେ ସୁସଜ୍ଜିତ କରାଯାଇ ଭାଗବତ ମହାପ୍ରଭୁ ମେଳଣ ସ୍ଥାନକୁ ଆସିଥିଲେ। ନାମ ସଂକୀର୍ତନ କରାଯାଇ ଭାଗବତ ଗାଦିକୁ ଗ୍ରାମର ଗ୍ରାମବାସୀ ପାଛୋଟି ନେବା ସହ ଯଥାରୀତି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତ୍ୟେହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ପାଲା ପରିବେଷଣ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ରବିନ୍ଦ୍ର ପରିଡା, ମନୋରଞ୍ଜନ ପରିଡା, ବିରଂଚି ସ୍ୱାଇଁ, ଦୀପକ ସ୍ୱାଇଁ, ଅଜୟ ସ୍ୱାଇଁ, ଲିପୁ ଦାସ, ବଂଶୀଧର ରାଉତ, ବିରଂଚି ପରିଡାଙ୍କ ସମେତ ଗ୍ରାମବାସୀମାନେ ପରିଚାଳନା କରୁଛନ୍ତି।


