ନାଉଗାଁ ବ୍ଳକ ଖଇରାହୁଲି ଗ୍ରାମରୁ ହରିଣ ଉଦ୍ଧାର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତ ଖଇରାହୁଲି ଗ୍ରାମରୁ ଏକ ହରିଣକୁ ରବିବାର ଉଦ୍ଧାର କାରଯାଇଛି । ସୂଚନାଯୋଗ୍ୟ ଯେ ଉକ୍ତ ଗ୍ରାମର ସର୍ବେଶ୍ୱର ପରିଡାଙ୍କ ବାରିପଛପଟେ ଏକ ହରିଣ ବୁଲୁ ଥିବାର ପରିବାର ଲୋକ ଦେଖିବାକୁ ପାଇଥିଲେ । ଜନବସତି ମଧ୍ୟକୁ ହରିଣଟି ପଶି ଆସିଥିବାରୁ ଭୟରେ ଇତଃସ୍ତତଃ ହୋଇପଡିଥିଲା । ସର୍ବେଶ୍ୱରଙ୍କ ପୁଅ ରଂଜିତ ହରିଣଟିକୁ କାବୁ କରି ବାନ୍ଧି ରଖିଥିଲେ । ପ୍ରଥମେ ନାଉଗାଁ ଥାନା ଓ ପରେ ଜଗତସିଂହପୁର ବନଖଣ୍ଡକୁ ଖବର ଦିଆଯାଇଥିଲା । ଜଗତସିଂହପୁର ବନଖଣ୍ଡ ପକ୍ଷରୁ କର୍ମଚାରୀ ଆସି ହରିଣଟିକୁ ନେଇଯାଇଥିଲେ ।


