ନାଉଗାଁ ବ୍ଳକ ଗୋଠଦା-ଇଚ୍ଛାପୁର ରାସ୍ତାରୁ ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗୋଠଦା-ଇଚ୍ଛାପୁର ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ ତହସିଲଦାର ଅକ୍ଷୟ କୁମାର ବଡୁଙ୍କୁ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକରେ ଅର୍ନ୍ତଭୁକ୍ତ ହୋଇଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାକୁ ସଂପ୍ରସାରଣ ଓ ଉନ୍ନତିକରଣ କରାଯାଉଛି ।କିନ୍ତୁ ରାସ୍ତାଟିର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ନରଣପୁର-ଇଚ୍ଛାପୁର ରାସ୍ତାଟିକୁ କିଛି ଲୋକ ଜବରଦଖଲ କରି ରଖିଛନ୍ତି । ଯାହାଫଳରେ ଦୀର୍ଘଦିନ ହେବ ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହିଛି । ତେଣୁ ଜବରଦଖଲ ହୋଇ ରହିଥିବା ରାସ୍ତାକୁ ସରକାରୀ ମାପ କରାଯାଇ ଜବରଦଖଲ ମୁକ୍ତ କରିବା ପାଇଁ ଦାବି ହୋଇଛି । ଗ୍ରାମର ଦିପ୍ତିରଂଜନ ତ୍ରିପାଠୀ, ଉମେଶ ବିଶ୍ୱାଳ, ସୌମ୍ୟ ରାୟ, ରଶ୍ମୀରଂଜନ ତ୍ରିପାଠୀ,ସୁବୋଧ କୁମାର ରାୟ, ନିରଂଜନ ଦାସଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କ ସ୍ୱାକ୍ଷରରେ ଅଭିଯୋଗକୁ ପ୍ରଦାନ କରାଯାଇଛି । ଅଭିଯୋଗ ପାଇବା ପରେ ତହସିଲଦାର ବଡୁ ମାପ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିବା ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ