ନାଏବ ସରପଞ୍ଚ ନିର୍ବାଚନ ବେଳେ ଗଣ୍ଡଗୋଳ : ୨ ଅଭିଯୁକ୍ତ ଗିରଫ 

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ବ୍ଲକ ମହାନାଦପୁର ପଂଚାୟତ ନାଏବ ସରପଞ୍ଚ ନିର୍ବାଚନ ବେଳେ ପଂଚାୟତ ର ଦୁଇଗୋଷ୍ଠୀ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇ ଗଣ୍ଡଗୋଳରେ ପହଁଚିଥିଲା । ଏପରିକି ଗୋଟିଏ ଗୋଷ୍ଠୀ ପିସ୍ତଲ ଦେଖାଇ ଜୀବନରେ ମାରିଦେବା ଲାଗି ଧମକ ମଧ୍ୟ ଦେଇଥିଲା । ଘଟଣା ଛତ୍ରପୁର ଥାନାରେ ପହଂଚିବା ପରେ ପୁଲିସ ତଦନ୍ତ କରି ଅଭିୁକ୍ତ ସଞ୍ଜୟ ବାରିକ ଓ ଯୁଧିଷ୍ଠୀର ଦାସକୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିୁକ୍ତ ସଞ୍ଜୟ ବାରିକ ପୂର୍ବରୁ ବହୁ ଜଘନ୍ୟ ଅପରାଧ ମାମଲାରେ ଜଡିତ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ସୂଚନାନୁସାରେ, ଗତ ୧୧ ତାରିଖରେ ନାଏବ ସରପଞ୍ଚ ନିର୍ବାଚନ ବେଳେ ସଞ୍ଜୟ ଓ ଯୁଧିଷ୍ଠିର ମହାନାଦପୁର ଗ୍ରାମର କାଳିଆ ଦାସ ସହ ମୁହାଁମୁହିଁ ହୋଇଥିଲେ । ଏପରିକି କାଳିଆ ଦାସକୁ ସଞ୍ଜୟ ଓ ଯୁଧିଷ୍ଠୀର ପିସ୍ତଲ ଦେଖାଇ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ । ଏନେଇ ଛତ୍ରପୁର ଥାନାରେ ଏକ ଅଭିଯୋଗ ହୋଇଥିଲା । ଛତ୍ରପୁର ଥାନା ପୁଲିସ ଘଟଣାର ଛାନ୍‌ଭିନ୍ କରି ଅଭିଯୁକ୍ତ ସଞ୍ଜୟ ଓ ଯୁଧିଷ୍ଠୀରକୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ ଜବତ ହୋଇଥିଲା ବୋଲି ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ