ନାକେଦମ୍ ପୋଲିସ…

ଭଂଜନଗର,( ସନ୍ତୋଷ କୁମାର ଜେନା): ଶୁକ୍ରବାର ସକାଳ ପ୍ରାୟ ୮ ଟା ସମୟରେ ଭଂଜନଗର ସହରରେ ପୋଲିସ ଗାଡି ଓ ଏକ କାର ମଧ୍ୟରେ କିଛି ସମୟ ଧରି ଛକାପଞ୍ଝା ଖେଳ ଚାଲିଥିଲା । ଦେଖଣାହାରୀ ଦେଖି ମଧ୍ୟ ଟିକିଏ ଦ୍ୱନ୍ଦରେ ପଡିଯାଇଥିଲେ । ଭାବୁଥିଲେ ସତେ ଯେମିତି ଏକ ସିନେମା ସୁଟିଂ ଚାଲିଛି । କିନ୍ତୁ ବାସ୍ତବ ଚିତ୍ର ଥିଲା ସଂମ୍ପୂର୍ଣ୍ଣ ଅଲଗା । ରିୟେଲି ଚାଲିଥିଲା ସିନେମାର ସୁଟିଂ ନୁହେଁ ବରଂ ପୋଲିସ ଓ ଚୋର ମଧ୍ୟରେ ଚାଲିଥ୍‌ôଲା ଛକାପଞ୍ଝା ଖେଳ । ଏକ ନଂ ବିହିନ ନିଳ କାରକୁ ପିଛା କରି କରି ବସଷ୍ଟାଣ୍ଡରେ ଲୋକମାନଙ୍କ ମଧ୍ୟରେ ଚହଳ ପକାଇଥିବା ବେଳେ କାର ଟି ମୁଖ୍ୟ ରାସ୍ତା ଛାଡି ନାହାତୁଠ ସାହି ରାସ୍ତାରେ ଗାମୁଣ୍ଡି ଆଡକୁ ଯାଉଥିବା ବେଳେ ପୋଲିସ ଗାଡ଼ି ମଧ୍ୟ ତା ପଛରେ ଅନୁସରଣ କରୁଥିଲା।ଶେଷରେ ଗାମୁଣ୍ଡି ଗ୍ରାମର ଏକ ବୁଲାଣି ରାସ୍ତାରେ ସାମ୍ନା ପଟୁ ଏକ ଅଟୋ ଆସୁଥିବାରୁ କାର ଟି ଆଉ ଆଗକୁ ଯାଇନ ପାରି ଅଟକିଥିଲା।ପୋଲିସ ସେହି କାର ଟିକୁ ଜବତ କରି ଥାନା କୁ ଆଣି ସେଥିରେ ଥିବା ୩ଜଣ ଲୋକଙ୍କୁ ଅଟକ ରଖି ପଚରା ଉଚରା କରୁଛି।ସେହି କାର ଟିରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଅନୁମାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ