ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ପାଢୀ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ଅଭୟ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପଞ୍ଚାନନ ଦାସ ଯୋଗ ଦେଇଥିଲେ । ଅନୁଷ୍ଠିତ କ୍ରୀଡାକୁ ଡଲିରାଣୀ ଦାସ, ପ୍ରସନ୍ନ କୁମାର ଜେନା ପରିଚାଳନା କରିଥିଲେ । ଏହି ଅବସରରେ ୨୭୯ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବଳରାମ ସେଠୀ, ନମିତା ଜେନା, ଜ୍ୟୋତ୍ସ୍ନାରାଣୀ ଜେନା, ପ୍ରକାଶ ରଞ୍ଜନ ପରିଡା, ନିରଞ୍ଜନ ନାୟକ, ନିତୁସ୍ମିତା ଗିରି, ଶୁଭଶ୍ରୀ ବେହେରା, ଯୋଗଦୀପ୍ତା ନାୟକ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ