ନାଗଭଣ ଠାରେ ଗୋପବନ୍ଧୁ ଜୟନ୍ତୀ ପାଳିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ସହର ସନ୍ନିକଟ ନାଗଭଣ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଓଡ଼ିଶାର ବର ପୁତ୍ର ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନୀ ପାଳିତ ହୋଇଯାଇଛି । ଯୁବକ ସଂଘର ଭାରପ୍ରାପ୍ତ ସମ୍ପାଦକ ରାଜୁ ସିଂହଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ରହି ଉତ୍କଳ ମଣୀଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ବିଜେଡ଼ି ରାଜ୍ୟ ଯୁବ ଯୁଗ୍ମ ସମ୍ପାଦକ ଗଣେଶ ମିଶ୍ର ଯୋଗଦେଇ ଗୋପବନ୍ଧୁଙ୍କ ନିଃସ୍ୱାର୍ଥପର ସରଳ ଜୀବନ ଓ ଓଡିଶା ପ୍ରତି ତାଙ୍କ ଅବଦାନ ବିଷୟରେ ଆଲୋକପାତ କରିବା ସହ ଉତ୍କଳମଣୀ ମୟୁରଭଞ୍ଜକୁ ବହୁତ ଭଲ ପାଉଥିଲେ ବୋଲି ନିଜ ଅଭିଭାଷଣରେ କହିଥିଲେ । ଗୋପବନ୍ଧୁଙ୍କ ଭଳି ମହାପୁରୁଷ କ୍ଵଚିତ ଏ ଧରାପୃଷ୍ଠକୁ ଆସନ୍ତି ତେଣୁ ତାଙ୍କର ଆଦର୍ଶକୁ ପାଥେୟ କରି ସମାଜର ମଙ୍ଗଳ ପାଇଁ ନିସ୍ୱାର୍ଥ ପର ଭାବରେ କର୍ମ କରିବା ଉଚିତ ବୋଲି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନୀଳମଣୀ ମହାନ୍ତ କହିଥିଲେ । ବିଶିଷ୍ଟ ଶିଶୁ କଣ୍ଠଶିଳ୍ପୀ ଲୋରିଆ ମହାନ୍ତଙ୍କ “ଜନନୀ ଜନ୍ମ ଭୂମି ସ୍ଵର୍ଗା ଦପି ଗରୀୟସୀ” ଦେଶାତ୍ମବୋଧକ ଗୀତ ମାଧ୍ୟମରେ ଉତ୍କଳ ମଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଚି ମହାନ୍ତ,ଅଭିନେତା ପଙ୍କଜ ସିଂହ, କାର୍ତ୍ତିକ ପ୍ରଧାନ,ଅଲୋକ ମହାନ୍ତ, ସୁରଜ ବୈଠା,ଅମିତ ପ୍ରସାଦ ସିଂହ,, ସୁଧନ୍ୟ ମିଶ୍ର, ରାଜୁ କୁଅଁର, ବିକି ବୈଠା, ଅମିତ ବୈଠା, ସରଜ କାଳନ୍ଦୀ, ସପନ ସାହୁ,ସମ ସାହୁ,ସେକ ରେବୁଲ, ଚିତ୍ରସେନ ବୈଠା,ବିକାଶ କୁଅଁର, ଜଗଦୀଶ ବୈଠା, ପ୍ରଦ୍ୟୁମ୍ନ ପ୍ରଧାନ,ମିଣ୍ଟୁ କୁଅଁର, ଦିନେଶ କୁଅଁର,ବିଜୁ କୁଅଁର, ଲିପୁନ ମିଶ୍ର,ଜଗା କାଳନ୍ଦୀ, ରାଜୁ କୁଅଁର, ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆଇନଜୀବୀ ଅମିତ ବୈଠା ଧନ୍ୟବାଦ ଅର୍ପଣ କରିଥିଲେ ।