କରୋନା ସଂକ୍ରମଣରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ଭିଷ୍ମଗିରି ଗ୍ରାମର ଅଙ୍ଗନୱାଡ଼ି କର୍ମୀ ପି.ମାଙ୍ଗାମା ପାତ୍ର କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ପରଲୋକ ଖବର ପାଇ ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର, ଭିଷ୍ମଗିରି ସରପଞ୍ଚ ପିତାମ୍ବର ଗୌଡ,ଦିଗପହଣ୍ଡି ବ୍ଳକ ଉପାଧକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ, ସିଡ଼ିପିଓ ଯୋଶବନ୍ତି ସାହୁ, ସାଧନା ମହିଳା ସଙ୍ଘ ସଭାନେତ୍ରୀ ପି.  ବିଜୟଲକ୍ଷ୍ମୀ, ସାମାଜିକ କର୍ମୀ ରାମକୃଷ୍ଣ ପାଢ଼ୀ, ଟି. ଶ୍ରୀନିବାସ ପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । କରୋନାର ଦ୍ରୁତ ସଂକ୍ରମଣ ସମୟରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ସଚେତନ କରିବା ସହ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥାର ରିପୋର୍ଟ ସଂଗ୍ରହ କରିଥିଲେ । ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ବଡ଼ଦାଣ୍ଡ ସାହିର ମାଙ୍ଗାମା ୭ ନଂ. ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ଭାବେ କାର୍ଯ୍ୟ କରିଆସୁଥିଲେ । ଗ୍ରାମର କରୋନା ସଙ୍ଗରୋଧ କେନ୍ଦ୍ରରେ ନିୟୋଜିତ ଥିବା ସମୟରେ ସେ ସାମାନ୍ୟ ଜ୍ବରରେ ପୀଡିତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ସିଟି ହସ୍ପିଟାଲ ଓ ପରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଇଥିଲେ । ଜ୍ଵର ନଛାଡ଼ିବାରୁ ତାଙ୍କରି କରୋନା ପରୀକ୍ଷା କରାଯାଇଥିଲା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଶୀତଳାପଲ୍ଲୀ ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଜଣାଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ