ନାଗରିକତା ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟ ଗଲେ କେରଳ ସରକାର
ନୂଆଦିଲ୍ଲୀ- ନାଗରିକତା ସଂଶୋଧନ ଆଇନକୁ ନେଇ କେରଳ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । କେରଳ ସରକାର ରାଜ୍ୟ ବିଧାନସଭାରେ ସିଏଏ ବିରୋଧରେ ପ୍ରସ୍ତାବ ପାରିତ କରିସାରଛନ୍ତି। ରାଜ୍ୟରେ ସିଏଏ ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ଲାଗୁ ହେବ ନାହିଁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିସାରିବାପରେ । ରାଜ୍ୟ ସରକାର ଏହି ଆଇନକୁ ଅସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଛନ୍ତି। ଏହି ଆଇନ ସମ୍ବିଧାନର ଅନୁଚ୍ଛେଦ ୧୪, ୨୧ ଏବଂ ୨୫ ସହିତ ଧର୍ମନିରପେକ୍ଷତାର ମୂଳ ସିଦ୍ଧାନ୍ତ ବିରୋଧୀ ବୋଲି ସରକାର ଦର୍ଶାଇଛନ୍ତି। ସୁପ୍ରିମକୋର୍ଟ ସିଏଏ ସମ୍ପର୍କିତ ମାମଲାର ଶୁଣାଣି ଆସନ୍ତା ୨୨ ତାରିଖରେ କରିବେ। ଏହି ଆଇନ୍ କୁ ବିରୋଧ କରି ଏକାଧିକ ପିଟିଶନ ବିଭିନ୍ନ ହାଇକୋର୍ଟରେ ରୁଜୁ କରାଯାଇଛି ।


