ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ମତ ରଖିଲେ ରଜନୀକାନ୍ତ
ନୂଆଦିଲ୍ଲୀ- ନାଗରିକତ୍ୱ ସଂଶୋଧନ ଆଇନକୁ ଚାରିଆଡେ ବିରୋଧ ପ୍ରଦର୍ଶନ ଯାରି ରହିଥିବାବେଳେ ତାମିଲ ସୁପରଷ୍ଟାର ରଜନୀକାନ୍ତ ଏହା ଉପରେ ନିଜମତ ରଖିଛନ୍ତି । ଫିଲ୍ମ ଅଭିନେତା ଏବଂ ସୁପରଷ୍ଟାର ରଜନୀକାନ୍ତ ବୁଧବାର ସଂଶୋଧନ ନାଗରିକତ୍ୱ ଆଇନର ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ ଏହି ଆଇନ ଦ୍ୱାରା ମୁସଲମାନଙ୍କୁ କୌଣସି ବିପଦ ନାହିଁ । ଅନ୍ୟପଟେ, ରଜନୀକାନ୍ତ ଏନପିଆରର ସମର୍ଥନ କରିଛନ୍ତି ଏବଂ କହିଛନ୍ତି ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା ଅତ୍ୟନ୍ତ ଆବଶ୍ୟକୀୟ ।
ନାଗରିକତା ଆଇନର ସଂଶୋଧନ ଏବଂ ଏହା ବିରୋଧରେ ଦେଶବ୍ୟାପୀ ଜାରି ରହିଥିବା ପ୍ରଦର୍ଶନ ଉପରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇ ରଜନୀକାନ୍ତ ଏଠାରେ ସାମ୍ୱାଦିକମାନଙ୍କୁ କହିଛନ୍ତି, ସିଏଏରୁ ମୁସଲମାନଙ୍କୁ କୌଣସି ବିପଦ ନାହିଁ । ଯଦି ତାଙ୍କୁ କୌଣସି ଅସୁବିଧା ହୁଏ ତେବେ ତାଙ୍କ ପାଇଁ ସ୍ୱର ଉଠାଇବା ପ୍ରଥମ ବ୍ୟକ୍ତି ମୁଁ ହେବି ।


