ନାଗରିକ ଙ୍କ ଅଧିକାର ଓ ସ୍ୱାତନ୍ତ୍ରତା ସମ୍ପର୍କିତ ଆଲୋଚନା ଚକ୍ର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଶୁକ୍ରବାର ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପାଢୀଙ୍କ ଅଧ୍ଯକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଦିଗପହଣ୍ଡି ଜେଏମଏଫସି କୋର୍ଟର ବିଚାରପତି ପ୍ରିୟଦର୍ଶିନୀ ତ୍ରିପାଠୀ, ସାନଖେମୁଣ୍ଡି ଗ୍ରାମ୍ୟ ନ୍ଯାୟାଳୟର ବିଚାରପତି ସାରୋନ ବସ୍ତିଆ, ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ପୀତବାସ ପଣ୍ଡା, ବରିଷ୍ଠ ଆଇନଜୀବି ହୃଦୟ ରଞ୍ଜନ ମେକାପ, ପ୍ରଭାକର ରାଉତ, ସୂର୍ଯ୍ୟ ନାରାୟଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସିଆରପିସି ପ୍ରଦତ୍ତ ଭାରତୀୟ ନାଗରିକଙ୍କ ଅଧିକାର ଓ ସ୍ବାତନ୍ତ୍ରତା ଉପରେ ଆଲୋଚନା କରିଥିଲେ।ପ୍ରାରମ୍ଭରେ ସମ୍ପାଦକ କୁରେଶୁ ପଣ୍ଡା ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶେଷରେ ପୂର୍ବତନ ସମ୍ପାଦକ ହରପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ବରିଷ୍ଠ ଆଇନଜୀବି ରସାନନ୍ଦ ରାଉତ, ସୁରେଶ କୁମାର ସାହୁ, ରତ୍ନାକର ମେକାପ, ହେମନ୍ତ କୁମାର ପାଣିଗ୍ରାହୀ, ନକୁଳ ପ୍ରଧାନ, ରଞ୍ଜନ କୁମାର ବେହେରା, ମନୋଜ କୁମାର ପଣ୍ଡାଙ୍କ ସମେତ ପ୍ରଦୀପ କୁମାର ନାୟକ, କିଶୋର ଚନ୍ଦ୍ର ଗୌଡ, ରାଜେନ୍ଦ୍ର କୁମାର ତ୍ରିପାଠୀ, ସନ୍ତୋଷ କୁମାର ସାହୁ, ସତ୍ୟ ନାରାୟଣ ରଥ, ସିମାଞ୍ଚଳ ପ୍ରଧାନ, ପ୍ରହ୍ଲାଦ କୁମାର ପ୍ରଧାନ, ମନୋରଞ୍ଜନ ପଣ୍ଡା, ବିପିନ ବିହାରୀ ପଟ୍ଟନାୟକ, ଗିରିଜା ନନ୍ଦନ ମେକାପ, ବିଜୟ କୁମାର ପ୍ରଧାନ, ଟୁକୁନା ପ୍ରଧାନ, ପ୍ରମୋଦ କୁମାର ପାଣିଗ୍ରାହୀ, ପି. ଶିବ ଶଙ୍କର, ପ୍ରଶାନ୍ତ କୁମାର ବରାଡ ପ୍ରମୁଖ ବହୁ ଆଇନଜୀବି ଉପସ୍ଥିତ ଥିଲେ।ରାଜ୍ୟ ଆଇନଜୀବୀ ପରିଷଦକୁ ନିର୍ବାଚିତ ପୀତବାସ ପଣ୍ଡାଙ୍କୁ ଏହି ଅବସରରେ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।