ନାଗସାପ ଉଦ୍ଧାର
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) :ଭଣ୍ଡାରିପୋଖରୀ ଧାମନଗର ଛକ ସ୍ଥିତ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରୁ ଆଜି ଏକ ନାଗସାପ ଉଦ୍ଧାର ହୋଇଛି। କାର୍ଯ୍ୟାଳୟ ନିକଟ ମନ୍ଦିର ପଛପାଖ ଏକ ଗର୍ତ୍ତରେ ସାପଟି ଦୀର୍ଘ ଦିନ ଧରି ରହିଆସୁଥିବା ସୂଚନା ଦିଆଯାଇଛି । ଆଜି କର୍ମଚାରୀ ପ୍ରଫୁଲ୍ଲ କୁମାର ବାରିକ କିଛି କାର୍ଯ୍ୟ କରୁଥିବା ବେଳେ ପ୍ରାୟ ୫ଫୁଟ ଲମ୍ବର ନାଗଟି ଗର୍ତ୍ତରୁ ବାହାରି ବୁଲାବୁଲି କରୁଥିବା ଦେଖିବାକୁ ପାଇଥିଲେ । ପରେ ଏ ବାବଦରେ ସହକାରୀ ଯନ୍ତ୍ରୀ ହିମାଂଶୁ ଶେଖର ପାତ୍ରଙ୍କୁ ସୂଚନା ଦିଆଯାଇଥିଲା । ଶ୍ରୀ ପାତ୍ର ଭଦ୍ରକ ସ୍ନେକ ହେଲ୍ପଲାଇନକୁ ଖବର ଦେବାପରେ ସାପ ଧରାଳି ତତକ୍ଷଣାତ୍ କାର୍ଯ୍ୟାଳୟରେ ପହଂଚି ନାଗଟିକୁ ଉଦ୍ଧାର କରିଥିବା ଜଣାପଡିଛି ।