ନାଗ ସର୍ପ କାମୁଡ଼ାରେ ବଣପଲ୍ଲୀ ଗ୍ରାମର ମହିଳା ଆହତ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଆଶ୍ରମ କରଡ଼ାବାଡ଼ି ପଞ୍ଚାୟତର ବଣପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କୁ ବିଷାକ୍ତ ନାଗ ସାପ କାମୁଡି ଦେବାରୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ଜଣାପଡ଼ିଛି। ବଣପଲ୍ଲୀ ଗ୍ରାମର ପାର୍ବତୀ ଗୌଡ ନିଜର ଗୁହାଳରେ ସଫା କରୁଥିବା ବେଳେ ଗୁହାଳ ଭିତରେ ଥିବା ଏକ ନାଗ ସାପ ତାଙ୍କ ବାମ ହାତକୁ କାମୁଡି ଦେଇଥିଲା। ପରିବାର ଲୋକେ ପାର୍ବତୀଙ୍କୁ ସଙ୍ଗେ ସଙ୍ଗେ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅନ୍ଯ ପକ୍ଷରେ ଗୁହାଳରେ ଲୁଚି ରହିଥିବା ସାପକୁ ଭୟ କରି ଗ୍ରାମ ଲୋକେ ବୁଗୁଡା ବ୍ଲକରେ ସାପ ଧରୁଥିବା ହରିଶ ପାଢୀଙ୍କୁ ଖବର ଦେଇଥିଲେ । ହରିଶ ପାଢ଼ୀ ବଣପଲ୍ଲୀ ଗ୍ରାମରେ ପହଞ୍ଚି କୌଶଳ କ୍ରମେ ଛଅ ଫୁଟ ଲମ୍ବର ନାଗ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ