ବନ୍ୟାଞ୍ଚଳ ପାଇଁ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ଶୁଖିଲା ଖାଦ୍ୟ ପ୍ରଦାନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକ ଅଧ୍ୟକ୍ଷା ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ବୁଗୁଡା ବ୍ଲକ ତହସିଲଦାରଙ୍କ ଜରୀଆରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ରିଲିଫ ସଂଗ୍ରହ କେନ୍ଦ୍ରକୁ ଶୁଖିଲା ଖାଦ୍ୟ ପଠାଇଥିବା ଜଣାପଡିଛି। ବିଜେଡି ସମର୍ଥିତ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ସମାଜସେବୀ କେ.ନୀଳମାଧବ ଆଚାରୀ ବନ୍ୟା କ୍ଷତିଗ୍ରସ୍ତ ଜନତାଙ୍କ ପାଇଁ ୧୦ ବସ୍ତା ଚୁଡା, ୧୦୦ ପକେଟ ଗୁଡ଼, ଏକ ହଜାର ପ୍ୟାକେଟ ବିସ୍କୁଟ ଓ ପାଣି ବୋତଲ ପ୍ରଦାନ କରିଛନ୍ତି। ଏହି ସମସ୍ତ ଶୁଖିଲା ଖାଦ୍ୟ ନିଜ ସହଯୋଗୀଙ୍କ ଜରୀଆରେ ସେ ବୁଗୁଡା ତହସିଲଦାରଙ୍କ କର୍ଯ୍ୟାଳୟକୁ ପଠାଇଥିଲେ। ପଠାଇଥିବା ସମସ୍ତ ରିଲିଫ ସାମଗ୍ରୀ ସେମାନଙ୍କ ସହଯୋଗୀଙ୍କ ଜରୀଆରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କ ରିଲିଫ ସଂଗ୍ରହ କେନ୍ଦ୍ରକୁ ପଠାଯାଇଥିବା ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ