ନାଚଗୀତରେ ଦୁଲୁକୁଛି ଗଣିଜାଙ୍ଗ କାଳୀ ମଣ୍ଡପ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ବ୍ଳକ ଗଣିଜାଙ୍ଗ କାଳୀ ପୂଜା କମିଟି ପକ୍ଷରୁ ୪ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି । ପ୍ରାରମ୍ଭରେ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରବଚକ ତଥା ପାଲାଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷା ମଞ୍ଜୁଲତା ଜେନା, ସେବା ସମବାୟ ସମିତିର ସଭାପତି ଜଗନ୍ନାଥ ପାଣିଗ୍ରାହୀ, ସମାଜସେବୀ ଭୀମସେନ ସାମଲ, ଆଇନଜୀବି ଅଣାକାର ମଲ୍ଲିକ, କାଳୀପୂଜା କମିଟିର ସଭାପତି ହୃଦାନନ୍ଦ ଘଡାଇ, ସଂପାଦକ ରାମ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କୁନି କୁନି ପିଲା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ କାଳୀ ପୂଜା କମିଟି ପକ୍ଷରୁ ପୁରସ୍କୃତ କରାଯାଇଥିଲା । ସେନ୍‌କୋ ଗୋଲ୍ଡ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଅଭୟ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅତିଥି ମାନେ ବିଭିନ୍ନ ଷ୍ଟଲ୍‌, ଦୋକାନ ଓ ମଣ୍ଡପ ଆଦି ବୁଲି ଦେଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ