ନାଟକ ହେଉଛି ଭାଇଚାରାର ସେତୁବନ୍ଧ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୁରୁଣା ଭୁବନେଶ୍ୱର ଯୁବ ସଂଗଠନ ପକ୍ଷରୁ ୧୫ତମ ବାର୍ଷିକ ଦୁଇଦିନିଆ ଯାତ୍ରା ମହୋତ୍ସବ ସାମନ୍ତରାପୁରସ୍ଥିତ ରୟାଲ ରିସୋର୍ଟ୍ଟଠାରେ ଅନୁଷ୍ଠିତ ହୋଇଯାଇଛି । ‘କଳଙ୍କ ମୋ ପାଇ ଚନ୍ଦନ ଟୋପା’ ଓ ‘ଆସିଛି ଏକା ଯବି ମୁଁ ଏକା’ ନାଟକ ମଞ୍ଚସ୍ଥ ହୋଇଥିଲା । ସଭାପତି ପ୍ରଦୀପ ସେନାପତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଯାତ୍ରା ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଉଦ୍ଘାଟନ କରି ନାଟକ ଦ୍ୱାରା ସମାଜରେ ଭାଇଚାରାର ସେତୁବନ୍ଧ ଭଳି କାର୍ଯ୍ୟ କରେ । ଆଜିର ଦୁନିଆରେ ଗ୍ରାମାଞ୍ଚଳରେ କାଁ ଭାଁ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ସହରରେ ଏହା ପ୍ରାୟ ବନ୍ଦ ହୋଇ ଲୋପ ପାଇଯାଇଛି । ତେଣୁ ଆଜି ରାଜଧାନୀରେ ଏହି ଯାତ୍ରା ପ୍ରତ୍ୟେକବର୍ଷ ଭଳି ଏବର୍ଷ ମଧ୍ୟ ଅନୁଷ୍ଠିତ ହେଉଥିବାରୁ ଭୂୟସୀ ପ୍ରଶଂଶା କରିଥିଲେ । ଓଡ଼ିଶାର ଯାତ୍ରା ସଂସ୍କୃତିକୁ ବଞ୍ଚାଇ ରଖିଥିବାରୁ ସଂସ୍କୃତି ବିଭାଗ ତରଫରୁ ୩ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ । ଯାତ୍ରାର ନିର୍ଦ୍ଦେଶକ ଫେଲୁ ଭାଇ, ସଙ୍ଗୀତ ନିର୍ଦ୍ଦେଦଶ ସନ୍ତୋଷ ଖାଡ଼େଙ୍ଗା, କର୍ପୋରେଟର ବିରଞ୍ôଚ ନାରାୟଣ ମହାସପୁକାର, ସାମନ୍ତରାପୁର ବଜାରର ସଭାପତି ତଥା ମୁରବୀ କୃଷ୍ଣଚନ୍ଦ୍ର ସେନାପତି, ସଂଗଠନର କୋଷାଧ୍ୟକ୍ଷ ପ୍ରତାପ କୁମାର ମଲ୍ଲିଆ, ଉପଦେଷ୍ଟା ବେନା ଭାଇ, ଉପସ୍ଥାପନା ମିଷ୍ଟର ରବି କୁମାର, ଅଭିନୟନରେ କାଳିଆ ସେନାପତି, ସୋମନାଥ ବିଶ୍ୱାଳ, ଦୀନବନ୍ଧୁ ବେହେରା, ଶିଶିର ଦାସ, ବଳିଆ ସିଂ, ପପି ପ୍ରମୁଖ ଅଭିନୟ କରି ଦର୍ଶକଙ୍କୁ ପ୍ରେରଣା ଦେଇଥିଲେ । ନାରୀ ଭୂମିକାରେ ମାମା, ନିନା, ଉର୍ବଶୀ, ରତନୀରାଣୀ ଓ ପୂର୍ଣ୍ଣିମା ସିଂ ଆଦି ଅଭିନୟରେ ଭାଗ ନେଇଥିଲେ ।