ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ବାର୍ଷିକ ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ୪୭ ତମ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡ଼େଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଈଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ଵାଇଁ ଯୋଗ ଦେଇ ବିଦ୍ୟାଳୟର ଅଧୂରା କାର୍ଯ୍ୟଗୁଡିକୁ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରତିଶୃ୍ତି ପ୍ରଦାନ କରିଥିବାବେଳେ ମୁଖ୍ୟ ବକ୍ତାଭାବେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ ଭଲ ମଣିଷ ହୋଇ ବାପା ମାଆ ଏବଂ ବିଦ୍ୟାଳୟର ଯଶ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ I ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ୪୭ ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ସରପଞ୍ଚ ସୁପ୍ରଭା ଗୌଡ଼, ସମିତି ସଭ୍ୟ ରାଜୀବ୍ ଲୋଚନ ନାୟକ, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ସମାଜସେବୀ ଦେବେନ୍ଦ୍ର ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ Iକାର୍ଯ୍ୟକ୍ରମରେ ଶିକ୍ଷକ ମାନସ ରଞ୍ଜନ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଡୋକି ସରୋଜିନୀ ବାର୍ଷିକ ବିବରଣୀ ପଠନ କରିଥିଲେ I ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I ବିବେକାନନ୍ଦ ବେହେରାଙ୍କୁ ଶ୍ରେଷ୍ଠ ଚ୍ଥାତ୍ର ଭାବେ ପୁରସ୍କୃତ କରାଯାଇଥିବା ବେଳେ ବିଭିନ୍ନ ବିଭାଗରେ ବିନି ନାୟକ, ବିକାଶ୍ ସ୍ଵାଇଁ, ଗାୟତ୍ରୀ ଲେଙ୍କାଙ୍କୁ ଚମ୍ପିୟାନ୍ ଭାବେ ପୁରସ୍କୃତ କରାଯାଇଥିଲା I ଶିକ୍ଷକ ପ୍ରଭାତ କୁମାର୍ ଗୌଡ଼, ସ୍ୱାଗତିକା ସେଠୀ, ଝରଣା ମିଶ୍ର, ସୂସାଙ୍ଗୀନୀ ପ୍ରଧାନ୍, ସନ୍ତୋଷ କୁମାର ସାହୁ, ରଶ୍ମି କୁମାରୀ ପାଢୀଙ୍କ ସମେତ କର୍ମଚାରୀ ସୂର୍ଯ୍ୟନାରାୟଣ ଗୌଡ଼ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଶିକ୍ଷକ ବିଶ୍ୱଜିତ୍ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ