ନାବାଳକକୁ ଜାଳିଦେଲା ବାପ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):ବାପ ଜାଳିଦେବାକୁ ଚେଷ୍ଟା କରୁଥିଲା ନିଜ ପୁଅକୁ । ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପୋଡିହୋଇ ଯନ୍ତ୍ରଣାରେ ଜର୍ଜ୍ଜରିତ ହେଉଥିବା ନାବାଳକ ପୁଅକୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଏକ ୧୭ବର୍ଷର ନାବାଳକ ପୁଅକୁ ବାପ କିରୋସିନ ଢାଳି ନିଆଁ ଲଗାଇଦେଇ ପୋଡିମାରିଦେବାକୁ ଉଦ୍ୟମ କରିଥିଲା । କିନ୍ତୁ ସୈାଭାଗ୍ୟ ବସତଃ ପୁଅଟି ସେଠାରୁ ଖସି ପଳାଇଆସିଥିବାରୁ ବଞ୍ଚିଯାଇଥିଲା । ପୁଅଟି ସାଲେପୁରରୁ ପାଦରେ ଚାଲି ଚାଲି କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମାହାଳ ଚଁପୁର ଗ୍ରାମ ବଜାର ନିକଟରେ ଥିବା ମାଉସୀ ଘରକୁ ପଳାଇ ଆସିଥିଲା । ସେଠାରେ ଲୋକମାନେ ତାକୁ ଏଭଳି ଅବସ୍ଥାରେ ଦେଖି ହତବାକ ହୋଇଯାଇଥିଲେ । ପରେ ଏସମ୍ପର୍କରେ ଖବର ପାଇ ଶିଶୁ ମଙ୍ଗଳ ସମିତିର ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ବର୍ତ୍ତମାନର ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର ଓ କେନ୍ଦ୍ରାପଡା ଚାଇଲଡ ଲାଇନର ରାକେଶ ବାରିକ ଘଟଣାସ୍ଥଳରେ ପହଁଚି ନାବାଳକଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ନାବାଳକଟି ଏବେ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛି ।


