ନାବାଳିକାକୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲା ଗୁରାଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ବଳାତ୍କାର କରାଯାଇଥିବା ଗୁରାଣ୍ଡି ପୋଲିସ ଥାନାରେ ଅଭିଯୋଗ କରାଯାଇଛି. ନାବାଳିକାଟି ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡିଛି । ଏନେଇ ନାବାଳିକାର ପରିବାର ପକ୍ଷରୁ ଗୁରାଣ୍ଡି ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ୍ ଏକ ମାମଲା (୧୮/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଉଭୟଙ୍କ ଡାକ୍ତରି ମାଇନା କରାଯାଇଛି ବୋଲି ଗୁରାଣ୍ଡି ଥାନା ଅଧିକାରୀ ରବିନ୍ଦ୍ର ପାତ୍ର ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଗତକାଲି ନାବାଳିକାର ଡାକ୍ତରୀ ମାଇନା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ସରକାରୀ ଡାକ୍ତରଖାନାରେ କରାଯାଇଥିବା ବେଳେ ଅଭିଯୁକ୍ତକୁ ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆଜି ଡାକ୍ତରୀ ମାଇନା କରାଯାଇଛି. ନାବାଳିକା ଜଣକ ଆନ୍ଧ୍ରର ହୋଇଥିବାବେଳେ ସେ ଆନ୍ଧ୍ରର ପୁରୁଣାପାଟଣା ଗ୍ରାମର ଏକ ହଷ୍ଟେଲରେ ରହି ପଢୁଥିଲେ । ଗତ ଦଶ ଦଶହରା ଛୁଟିରେ ସେ ତାର ଆଈ ଘର ଗାଁକୁ ଆସିଥ‌ିବା ବେଳେ ଜଣେ ଯୁବକ ନାବାଳିକାକୁ ନିଜ ପ୍ରେମ ଜାଲରେ ଫସାଇ ବିଭିନ୍ନ ପ୍ରକାର ପ୍ରତିଶୃତି ଦେଇ ତା’ ସହ ଶାରୀରିକ ସଂପର୍କ ରଖୁଥିଲା । ପରେ ସେ ସ୍କୁଲ ଖୋଲିବା ପରେ ଫେରିଯାଇ ହଷ୍ଟେଲରେ ରହିଥିଲା । ଗତ 17 ତାରିଖ ଦିନ ହଠାତ୍ ନାବାଳିକାର ପେଟରେ ଯନ୍ତ୍ରଣା ହେବାରୁ ହଷ୍ଟେଲ ୱାର୍ଡେନକୁ ଜଣିବା ପରେ ସେ ସଂପୃକ୍ତ ନାବାଳିକାଙ୍କୁ ନେଇ ହସ୍ପିଟାଲକୁ ଯାଇଥିଲେ । ସେଠାରେ ନାବାଳିକା ଜଣକ ଗର୍ଭବତୀ ଥିବା ଡାକ୍ତର ସ୍ପଷ୍ଟ କରିବା ପରେ ୱାର୍ଡେନ ତୁରନ୍ତ ପୁରୁଣାପାଟଣା ପୁଲିସକୁ ଜଣାଇଥିଲେ । । ପୁଲିସ୍ ନାବାଳିକା ଠାରୁ ସମସ୍ତ ବିଷୟ ସଂଗ୍ରହ କରିଥିଲେ । ପରେ ଗଜପତି ଜିଲ୍ଲାର ଗୁରାଣ୍ଡି ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ. ସମସ୍ତ ତଦନ୍ତ ପରେ ଆଜି ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋୖର୍ଟ ଚାଲାଣ କରାଯାଇଥିବା ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ