ବୁଗୁଡା ଏନ.ଏ.ସି.ରେ “ଆମ ଓଡ଼ିଶା, ନବୀନ ଓଡିଶା” (ସହରୀ) ସଚେତନତା ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଏନ.ଏ.ସି. ରେ ଫେବୃୟାରୀ ୧୯ ତାରିଖ ଦିନ “ଆମ ଓଡ଼ିଶା ନବୀନ ଓଡିଶା” (ସହରୀ) ଆନୁକୂଲ୍ୟରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ଏକ ସଚେତନତା ଶିବିର ଏନଏସି କଲ୍ୟାଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁନନ୍ଦ ଶେଖର ସାହାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ସହରାଞ୍ଚଳ ପାଇଁ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜନସାଧାରଣଙ୍କୁ ବୁଝାଇବା ସହ ତାହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବୁଗୁଡା ତହସିଲଦାର ତାପସ ରାଉତ,ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଏନ୍ଏସି ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ସାଂସଦ ପ୍ରତିନିଧି ଇଞ୍ଜିନିୟର ବସନ୍ତ କୁମାର ଦଳେଇ, ଆଇପିଓ ପୁଷ୍ପପ୍ରିୟା ବେହେରା ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମଦନ ଗୋପାଳ ଦୋରା, ସୁଧାଂଶୁ ଶେଖର ପାଢ଼ୀ, ସୂର୍ଯ୍ୟନାରାୟଣ ମହାନ୍ତି, ବାବାଜି ନାୟକ ଓ କାଉନସିଲର ବୃନ୍ଦଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇଥିଲେ। ଏହି ସଚେତନତା ଶିବିରରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଓ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଷ୍ଟଲ ଖୋଲାଯାଇ ନିଜ ବିଭାଗର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ