ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ନାବାଳିକାଙ୍କୁ ଆସିକା ଅଞ୍ଚଳର ଏକ କୁକୁଡ଼ା ଫାର୍ମ ରେ କାମ କରୁଥିବା ସେହି ଗାଁର ଜଣେ ସବର୍ଣ୍ଣ ଜାତିର ଯୁବକ ତାଙ୍କୁ ପ୍ରଥମେ ଭଲପାଇବା ସହ ବିବାହ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ନିତ୍ୟ ନିୟମିତ ତାଙ୍କ ସହ ସେ ସେକ୍ସ୍ କରି ଆସୁଥିଲେ । କୌଶଳ କ୍ରମେ ତାଙ୍କୁ ଅପହରଣ କରିବା ପରେ ଅନ୍ୟ ଏକ ଗାଁର ଭଡାଘରେ ତାଙ୍କୁ ଜୀବନ ସାଥୀର ପରିଚୟ ଦେଇ ରଖିଥିଲେ । କିଛି ମାସ ଉଭୟେ ସ୍ଵାମୀ ସ୍ତ୍ରୀ ଭଳି ଚଳି ଆସିବା ପରେ ନାବାଳିକାଙ୍କୁ ଯୁବକ ଜଣକ ଧୋକ୍କା ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଏତଲା କ୍ରମେ ଥାନା ମାମଲା ନଂ. ୨୩୩/୨୦ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି । ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଜଣକ ଗତ ମାର୍ଚ୍ଚ ୨୨ ତାରିଖରେ ତାଙ୍କ ଗାଁ ରୁ ଅପହରଣ କରି ଆଣିବା ପରେ ୩ ମାସ ଭଡାଘରେ ରଖି ଜୋର୍ ଜବରଦସ୍ତ ନିୟମିତ ବ୍ୟବଧାନରେ ଦୁଷ୍କର୍ମ କରି ଆସୁଥିଲେ । ଗତ ୩ ମାସ ପୂର୍ବେ ସେ ତାଙ୍କୁ ଭଡ଼ାଘରେ ଏକୁଟିଆ ଛାଡ଼ି ଫେରାର ହୋଇଯାଇଥିଲେ । ଏନେଇ ଯୁବକଙ୍କ ମୋବାଇଲକୁ ଫୋନ୍ କରିବାରୁ ତାଙ୍କୁ ଓ ତାଙ୍କ ବାପା , ମାଆଙ୍କୁ ଜୀବନରୁ ମାରିଦେବି ବୋଲି ଧମକ ଦେଉଥିବା ଏତଲାରେ ଉଲ୍ଲେଖ ଥିବା ପୋଲିସ ଜଣାପଡିଛି ।