ନାବାଳିକା ଅପହରଣ ଅଭିଯୋଗ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତେରୁ ଣ୍ଡିଆ ପଞ୍ଚାୟତ ର ଜଣେ ନାବାଳିକାକୁ ଅପହରଣ କରା ଯାଇଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଆଇ ପି ସି ଧାରା ୩୬୪ ଥାନା କେସ ନମ୍ବର୍ ୪୧୨/୨୨ ରେ ମାମଲା ରୁଜୁ କରି ତଦନ୍ତ କରୁଛି ।ନା ବାଳିକା କୁ ଚ ଅରପଦ ପଞ୍ଚାୟତ ହଂସ ପଡା ଗ୍ରାମର ଜଣେ ଯୁବକ ଅପହରଣ କରି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।ନା ବାଳିକା ଜଣଙ୍କ କଲେଜ ରେ ପଢୁଥିବା ବେଳେ ବହି କିଣିବାକୁ ନିମାପଡ଼ା ବଜାରକୁ ଯାଇଥିଲା ।ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ଆଡେ ଖୋଜାଖୋଜି କରିଥିଲେ ।ହେଲେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା ।ପରେ ପରିବାର ପକ୍ଷରୁ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ