ନାବାଳିକା କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଥାନା ରେ ମାମଲା ରୁଜ୍ଜୁ

ଶେରଗଡ଼, (ବିଭୁ ପ୍ରସାଦ ଦାସ) : ଗଞ୍ଜାମ ଶେରଗଡ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟାପାବୁଲି ଗ୍ରାମର ରଞ୍ଜନ ସ୍ବାଇଁ ନାମଙ୍କ ଜଣେ ଯୁବକ ଜଣେ ଦଶ ବର୍ଷର ଅନୁନ୍ନତଜନଜାତିର ନାବାଳିକାକୁ ଆସେ ଗଛ ପାଖରେ କଣ ଏକ ଜନ୍ତୁ ଅଛି ଦେଖିବୁ କହି ନେଇଯାଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଯେତେବେଳେ ପିଡିତା ଚିତ୍କାର କରିଥିଲେ ସେହିସମୟରେ ଆଖପାଖରେ ଥିବା ଲୋକ ଚାଲିଆସିବାରୁ ଛାଡି ଚାଲିଯାଇଥିଲେ ଓ ପରେ ନାବାଳିକା ଓ ତାର ପରିବାରକୁ ଧମକ ଦେଇଥିଲାଯେ ଯଦି କାହାକୁ କହିବୁ ତାହାହେଲେ ତୋତେ ଓ ତୋ ପରିବାରକୁ ଜୀବନରେ ମାରିଦେବାକୁ ମୋତେ ବେଶି ସମୟ ଲାଗିବ ନାହିଁ କାରଣ ମୋ ପଛରେ ବହୁତ ବଡ ବଡ ଲୋକଙ୍କ ଆଶୀର୍ବାଦ ଅଛି ଓ ମୁଁ ଏ ମାମଲାକୁ ରଫାଦଫା କରିଦେବି କିନ୍ତୁ ଏ କଥାକୁପିଡିତା ଖାତିର ନକରି ଶେରଗଡ ଥାନାକୁ ଯାଇ ଅଭିଯୋଗକରିଥିଲେ ପିଡିତାଙ୍କ ଅଭିଯୋଗ ପ୍ରକାରେଶେରଗଡଥାନାରେ କେଶନଂ-233/21 ମାମଲା ରୁଜ୍ଜୁ ହୋଇ ଉକ୍ତ ଅଭିଯୁକ୍ତ ଥାନାରେ ଅଟକ ଥିବା ଥାନାଅଧିକାରିଣୀମମତା ସାମନ୍ତରାୟ ସୂଚନା ଦେଇଛନ୍ତି ବର୍ତ୍ତମାନ ସରକାର ମମିତା ମେହେର ଘଟଣାରେ ନିନ୍ଦିତ ହେଉଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଏ ଘଟଣା ଦେଖିବାକୁ ବାକି ରହିଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କିପରି ପିଡିତାଙ୍କୁ ନ୍ୟାୟ ଦେଉଛି ନା କିଛି ‘କା’ ନେତାଙ୍କ କଥାରେ ମାମଲା ରଫାଦଫା କରୁଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ